ଅମାନିଆଙ୍କୁ ପାନେ ଦେଲା ପୋଲିସ୍ । ବିକଟାଳ ଶବ୍ଦ କରି ବାଇକ୍ ଚଲାଉଥିଲେ ହେଇଯାଆନ୍ତୁ ସାବଧାନ୍…

171

କନକ ବ୍ୟୁରୋ: ଅମାନିଆ ବୁଲେଟ ଚାଳକଙ୍କୁ ପାନେ ଦେଲା ବଲାଙ୍ଗୀର ପୁଲିସ । ବିକଟାଳ ଶବ୍ଦ କରି ରାସ୍ତାରେ ଯାଉଥିବା ବାଇକ ଧରପଗଡ କଲା ବଲାଙ୍ଗୀର ପୁଲିସ । ଟାଉନ ଥାନା ଅଞ୍ଚଳରେ ଶବ୍ଦ ପ୍ରଦୂଷଣ କରି ରାସ୍ତାରେ ଯାଉଥିବା ବାଇକକୁ ପୁଲିସ ଜବତ କରିଛି । ପ୍ରାୟ ୨୨ଟି ବାଇକ ଜବତ ହୋଇଥିବା ବେଳେ ଗାଡିମାଲିକଙ୍କୁ ଚାଲାଣ କଟାଯାଇଛି । ଏଥିସହ ସାଇଲେନ୍ସର ବଦଳାଇବା ପରେ ଥାନାରୁ ଗାଡିଗୁଡିକୁ ଛଡାଯାଉଥିବା ଦେଖିବାକୁ ମିଳିଛି । ପ୍ରତିଦିନ ସହର ଓ ସହର ବାହାର ରାସ୍ତାଗୁଡିକରେ ଏଭଳି ଯାଞ୍ଚ କରାଯାଇ ଅମାନିଆଙ୍କୁ ରାସ୍ତାକୁ ଅଣାଯିବ ବୋଲି ଟାଉନ ଥାନା ପୁଲିସ କହିଛି ।