କନକ ବ୍ୟୁରୋ: ଅମାନିଆ ବୁଲେଟ ଚାଳକଙ୍କୁ ପାନେ ଦେଲା ବଲାଙ୍ଗୀର ପୁଲିସ । ବିକଟାଳ ଶବ୍ଦ କରି ରାସ୍ତାରେ ଯାଉଥିବା ବାଇକ ଧରପଗଡ କଲା ବଲାଙ୍ଗୀର ପୁଲିସ । ଟାଉନ ଥାନା ଅଞ୍ଚଳରେ ଶବ୍ଦ ପ୍ରଦୂଷଣ କରି ରାସ୍ତାରେ ଯାଉଥିବା ବାଇକକୁ ପୁଲିସ ଜବତ କରିଛି । ପ୍ରାୟ ୨୨ଟି ବାଇକ ଜବତ ହୋଇଥିବା ବେଳେ ଗାଡିମାଲିକଙ୍କୁ ଚାଲାଣ କଟାଯାଇଛି । ଏଥିସହ ସାଇଲେନ୍ସର ବଦଳାଇବା ପରେ ଥାନାରୁ ଗାଡିଗୁଡିକୁ ଛଡାଯାଉଥିବା ଦେଖିବାକୁ ମିଳିଛି । ପ୍ରତିଦିନ ସହର ଓ ସହର ବାହାର ରାସ୍ତାଗୁଡିକରେ ଏଭଳି ଯାଞ୍ଚ କରାଯାଇ ଅମାନିଆଙ୍କୁ ରାସ୍ତାକୁ ଅଣାଯିବ ବୋଲି ଟାଉନ ଥାନା ପୁଲିସ କହିଛି ।
ଅମାନିଆଙ୍କୁ ପାନେ ଦେଲା ପୋଲିସ୍ । ବିକଟାଳ ଶବ୍ଦ କରି ବାଇକ୍ ଚଲାଉଥିଲେ ହେଇଯାଆନ୍ତୁ ସାବଧାନ୍...
/kanak/media/post_attachments/wp-content/uploads/2024/04/vlcsnap-2024-04-11-07h49m36s097.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)