ବିବାହ ଉତ୍ସବ ବେଳେ ରୁହନ୍ତୁ ସାବଧାନ। ରୋଷଣୀ ଚାଲିଥିବା ବେଳେ ବରଯାତ୍ରୀ ଦଳଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍

Advertisment
ବିବାହ ଉତ୍ସବ ବେଳେ ରୁହନ୍ତୁ ସାବଧାନ। ରୋଷଣୀ ଚାଲିଥିବା ବେଳେ ବରଯାତ୍ରୀ ଦଳଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍

କନକ ବ୍ୟୁରୋ: କନ୍ୟା ଘରେ ପହଞ୍ଚିବେ ବରଯାତ୍ରୀ । ବରଯାତ୍ରୀଙ୍କ ପାଇଁ ଆଗମନ ପୂର୍ବରୁ ସଜାଇ ରଖାଯାଇଥିଲା ଭୋଜିଭାତ । କନ୍ୟା ଘର ଆଉ କିଛି ବାଟ ଥିଲା । ନାଚରେ ମସଗୁଲ ଥିଲେ ବରଯାତ୍ରୀ ।ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ବରଯାତ୍ରୀଙ୍କ ରୋଷଣୀ ଉପରେ ମାଡ଼ିଯାଇଥିଲା । ଯାହାପରେ କାନ୍ଦ ବୋବାଳିରେ ପରିଣତ ହୋଇଥିଲା ବିବାହ ସମାରୋହ ।

ସମୟ: ମଙ୍ଗଳବାର ରାତି ପ୍ରାୟ ୨ଟା

ସ୍ଥାନ: ଷଠୀଘର, କେନ୍ଦୁଝର

ବରଯାତ୍ରୀଙ୍କୁ ଦଳିଦେଲା ଟ୍ରକ୍

କେନ୍ଦୁଝର ଜିଲ୍ଲା ଷଠିଘର ସାହିର କାର୍ତିକ ପାତ୍ରଙ୍କ ଝିଅଙ୍କ ବାହାଘର ଥିଲା । ବାହାଘର ପାଇଁ ମାନପୁର ଗ୍ରାମରୁ ବରଯାତ୍ରୀ ଦଳ ଡିଜେ ତାଳେ ତାଳେ ନାଚଗୀତରେ ମସଗୁଲ ହୋଇ ଆସୁଥିଲା । ଆଉ କିଛି ସମୟ ପରେ କନ୍ୟା ଘରେ ପହଂଚିଥାନ୍ତେ ବରଯାତ୍ରୀ । କିନ୍ତୁ କିଏ ଜାଣିଥିଲା ଯେ ସେମାନଙ୍କୁ କାଳ ଅପେକ୍ଷା କରି ରହିଛି । କେହି କିଛି ଭାବିବା ପୂର୍ବରୁ ବରଯାତ୍ରୀଙ୍କ ଉପରେ ଚଢ଼ିଯାଇଥିଲା ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ । ଆଉ ଘଟଣାସ୍ଥଳରେ ଚାଲିଯାଇଥିଲା ପାଂଚ ଜଣଙ୍କ ଜୀବନ । ଦୁର୍ଘଟଣା ସ୍ଥଳରେ ଖଣ୍ଡ ବିଖଣ୍ଡିତ ମୃତଦେହ ଏଣେତେଣେ ପଡିଥିଲା । ରାତିର ଅନ୍ଧାର ଭିତରେ ଶୁଭୁଥିଲା ଆହତଙ୍କ କରୁଣ ଚିକ୍ରାର । ସ୍ଥାନୀୟ ଲୋକ, ପୋଲିସ ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ଦେଖାଦେଇଥିଲା । ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଥିବାରୁ ସ୍ଥାନୀୟ ଲୋକେ ଓଜରବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ । ଫଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ତେବେ ପୋଲିସ ଓ ସ୍ଥାନୀୟ କାଉନସିଲର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥାନୀୟ ଲୋକେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

ଦୁଇ ଦିନ ତଳେ ଦିଗପହଣ୍ଡିରେ କନ୍ୟାକୁ ଛାଡ଼ି ଫେରୁଥିବା ବେଳେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟି ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ଦୁଇ ଦିନ ପରେ କେନ୍ଦୁଝର ଦୁର୍ଘଟଣା ଓଡ଼ିଶାକୁ ଚହଲାଇ ଦେଇଛି । ତେଣୁ ବିବାହ ଉତ୍ସବରେ ସତର୍କ ରହିବା ନିହାତି ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe