କନକ ବ୍ୟୁରୋ: କନ୍ୟା ଘରେ ପହଞ୍ଚିବେ ବରଯାତ୍ରୀ । ବରଯାତ୍ରୀଙ୍କ ପାଇଁ ଆଗମନ ପୂର୍ବରୁ ସଜାଇ ରଖାଯାଇଥିଲା ଭୋଜିଭାତ । କନ୍ୟା ଘର ଆଉ କିଛି ବାଟ ଥିଲା । ନାଚରେ ମସଗୁଲ ଥିଲେ ବରଯାତ୍ରୀ ।ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ବରଯାତ୍ରୀଙ୍କ ରୋଷଣୀ ଉପରେ ମାଡ଼ିଯାଇଥିଲା । ଯାହାପରେ କାନ୍ଦ ବୋବାଳିରେ ପରିଣତ ହୋଇଥିଲା ବିବାହ ସମାରୋହ ।
ସମୟ: ମଙ୍ଗଳବାର ରାତି ପ୍ରାୟ ୨ଟା
ସ୍ଥାନ: ଷଠୀଘର, କେନ୍ଦୁଝର
ବରଯାତ୍ରୀଙ୍କୁ ଦଳିଦେଲା ଟ୍ରକ୍
କେନ୍ଦୁଝର ଜିଲ୍ଲା ଷଠିଘର ସାହିର କାର୍ତିକ ପାତ୍ରଙ୍କ ଝିଅଙ୍କ ବାହାଘର ଥିଲା । ବାହାଘର ପାଇଁ ମାନପୁର ଗ୍ରାମରୁ ବରଯାତ୍ରୀ ଦଳ ଡିଜେ ତାଳେ ତାଳେ ନାଚଗୀତରେ ମସଗୁଲ ହୋଇ ଆସୁଥିଲା । ଆଉ କିଛି ସମୟ ପରେ କନ୍ୟା ଘରେ ପହଂଚିଥାନ୍ତେ ବରଯାତ୍ରୀ । କିନ୍ତୁ କିଏ ଜାଣିଥିଲା ଯେ ସେମାନଙ୍କୁ କାଳ ଅପେକ୍ଷା କରି ରହିଛି । କେହି କିଛି ଭାବିବା ପୂର୍ବରୁ ବରଯାତ୍ରୀଙ୍କ ଉପରେ ଚଢ଼ିଯାଇଥିଲା ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ । ଆଉ ଘଟଣାସ୍ଥଳରେ ଚାଲିଯାଇଥିଲା ପାଂଚ ଜଣଙ୍କ ଜୀବନ । ଦୁର୍ଘଟଣା ସ୍ଥଳରେ ଖଣ୍ଡ ବିଖଣ୍ଡିତ ମୃତଦେହ ଏଣେତେଣେ ପଡିଥିଲା । ରାତିର ଅନ୍ଧାର ଭିତରେ ଶୁଭୁଥିଲା ଆହତଙ୍କ କରୁଣ ଚିକ୍ରାର । ସ୍ଥାନୀୟ ଲୋକ, ପୋଲିସ ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ଦେଖାଦେଇଥିଲା । ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଥିବାରୁ ସ୍ଥାନୀୟ ଲୋକେ ଓଜରବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ । ଫଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ତେବେ ପୋଲିସ ଓ ସ୍ଥାନୀୟ କାଉନସିଲର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥାନୀୟ ଲୋକେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
ଦୁଇ ଦିନ ତଳେ ଦିଗପହଣ୍ଡିରେ କନ୍ୟାକୁ ଛାଡ଼ି ଫେରୁଥିବା ବେଳେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟି ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ଦୁଇ ଦିନ ପରେ କେନ୍ଦୁଝର ଦୁର୍ଘଟଣା ଓଡ଼ିଶାକୁ ଚହଲାଇ ଦେଇଛି । ତେଣୁ ବିବାହ ଉତ୍ସବରେ ସତର୍କ ରହିବା ନିହାତି ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/20_00000-7.jpg)