ସାବଧାନ !! ସତର୍କ, ନାଲି ଓ ହଳିଦିଆ ପିଆଜ ଖାଇଛନ୍ତି କି ? ପିଆଜରୁ ହିଁ ବ୍ୟାପୁଛି ଏହି ଭୟଙ୍କର ସଂକ୍ରମଣ…

1,319

କନକ ବ୍ୟୁରୋ : ବିଶ୍ୱକୁ କରୋନା ସଂକ୍ରମଣ ଟେନସନ ଦେଉଥିବା ବେଳେ ପୁଣି ଏକ ନୂଆ ସଂକ୍ରମଣ ବ୍ୟାପୁଥିବାରୁ ଚିନ୍ତା ବଢିଯାଇଛି । ଏହି ସଂକ୍ରମଣ ବାୟୁ କିମ୍ବା ଅନ୍ୟ କୌଣସି ଉପାୟରେ ନୁହେଁ ବରଂ ପିଆଜରୁ ବ୍ୟାପୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏତେ ମାତ୍ରାରେ ଲୋକଙ୍କୁ ସଂକ୍ରମଣ କଲାଣି ଯେ, ଭୂତାଣୁକୁ ବ୍ୟାପିବାରୁ କେମିତି ରୋକାଯିବ ସେନେଇ ବୈଠକ ପରେ ବୈଠକ କରୁଛନ୍ତି ଆମେରିକା ସରକାର । କରୋନା ବିଶ୍ୱକୁ ଧରାସାୟୀ କରିବା ସ୍ଥିତିକୁ ନେଉ ଥିବା ବେଳେ ପୁଣି ଏକ ନୂଆ ସଂକ୍ରମଣ ଅଡୁଆ ବଢାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ନାଲି ଓ ହଳିଦିଆ ପିଆଜରୁ ଏହି ମାରାତ୍ମକ ସଂକ୍ରମଣ ବ୍ୟାପୁଥିବା କଥା ବର୍ତମାନ ସାମ୍ନାକୁ ଆସୁଛି । ଭୂତାଣୁ ପାଖାପାଖି ୩୪ ରାଜ୍ୟକୁ ବ୍ୟାପିଥିବା ବେଳେ ୪୦୦ ଲୋକ ସଂକ୍ରମଣର ପଞ୍ଝାରେ ପଡିଲେଣି ।

ତେବେ ଯେଉଁମାନେ ଏହି ପରି ପିଆଜରେ ଖାଇବା ପ୍ରସ୍ତୁତ କରୁଛନ୍ତି କିମ୍ବା ଘରେ ରଖିଛନ୍ତି ସେମାନେ ତୁରନ୍ତ ତାହାକୁ ବାହାରେ ଫୋପାଡି ଦେବାକୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଏହି ମାରାତ୍ମକ ଭୂତାଣୁ ପ୍ରଥମକରି କାନାଡା ସହରରେ ହିଁ ଦେଖାଯାଇଥିଲା । ପରେ ପରେ ଏହା ଅନ୍ୟ ସହରକୁ ବ୍ୟାପୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ , ଭୂତାଣୁରେ ସଂକ୍ରମିତ ହୋଇ ୬୦ରୁ ଅଧିକ ଲୋକ ମେଡିକାଲରେ ଭର୍ତି ହୋଇଥିବା ମଧ୍ୟ ଜଣାଯାଇଛି । ଏପଡିଏର କହିବା ଅନୁସାରେ, ୩୪ ରାଜ୍ୟରେ ଯେଉଁ ସଂକ୍ରମଣ ବ୍ୟାପିଛି ତାହାର ମୂଳ ନାଲି ପିଆଜ ବୋଲି ଜଣାଯାଇଛି । ୧୯ ଜୁନ ଓ ୧୧ ଜୁଲାଇ ମଧ୍ୟରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିଥିବା ନେଇ ତଦନ୍ତ ରିପୋର୍ଟରୁ ଜଣାଯାଇଛି । ଆଉ ସେବେଠାରୁ ଲଗାତାର ଭାବରେ ସଂକ୍ରମଣର ମାମଲା ବଢିବାରେ ଲାଗିଛି । ପିଆଜରୁ ସଂକ୍ରମଣ ବ୍ୟାପୁଥିବା କଥା ଜଣାପଡିବା ପରେ ବିଭିନ୍ନ ସ୍ଥାନରୁ ପିଆଜର ନମୁନା ସଂଗ୍ରହ କରାଯିବା ପାଇଁ ମତ ପ୍ରକାଶ ପାଇଥିବା ନେଇ ସୂଚନା ମିଳିଛି ।

କଣ ରହିଛି ସଂକ୍ରମଣର ଲକ୍ଷଣ ?
ସାନମୋନେଲା ବ୍ୟାକ୍ଟେରିଆରୁ ବ୍ୟାପୁଥିବା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କୁ ଜ୍ୱର ହେବା ସହ ପେଟ ବଥା ହେଉଛି ।
ବ୍ୟାକ୍ଟେରିଆ ସଂକ୍ରମିତ ହେବାର ୬ ଘଂଟାରୁ ୬ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇପାରେ ।
ସଂକ୍ରମଣ ବଢିଲେ ତାହା ପୂରା ଶରୀରକୁ ସଂକ୍ରମଣ କରିଦେଇପାରେ ।
ମାରାତ୍ମକ ଭୂତାଣୁରେ ୫ ବର୍ଷରୁ ଅଧିକ ବର୍ଷର ପିଲା ଓ ୬୫ ବର୍ଷଠାରୁ ଅଧିକ ବୟସ୍କ ଲୋକଙ୍କୁ କ୍ଷତି ପହଂଚାଇପାରେ ।

ବର୍ତମାନ ସୁଦ୍ଧା ହୋଇଥିବା ତଦନ୍ତୁ ଅନୁସାରେ କେବଳ ପିଆଜରୁ ହିଁ ଏହି ମାରାତ୍ମତ ଭୂତାଣୁ ବ୍ୟାପିଛି । ଆମେରିକା ଓ କାନାଡାରେ ପିଆଜ ଉତ୍ପାଦନକାରୀ କମ୍ପାନୀକୁ ମଧ୍ୟ ଜବାବ ତଲବ କରାଯାଇଛି । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପିଆଜରୁ ଏହି ସଂକ୍ରମଣ ବ୍ୟାପୁଥିବା ଜଣାପଡିବା ପରେ ପିଆଜ ଉତ୍ପାଦନସ୍ଥଳକୁ ତଦନ୍ତକାରୀ ଟିମ ଯାଇଛନ୍ତି । କେଉ ପରିସ୍ଥିତିରେ ଓ କାହିଁକି ଏହା ବ୍ୟାପୁଛି ତାହାର ଅନୁସନ୍ଧାନ କମ୍ପାନୀ ପକ୍ଷରୁ କରିବା ଲାଗି ଚେଷ୍ଟା କରାଯାଉଛି । ତେବେ ବର୍ତମାନ ପରିସ୍ଥିତିରେ କିପରି ଭାବରେ ଏହାକୁ ରୋକାଯିବ ସେନେଇ ଚିନ୍ତା କରାଯାଉଛି । କାରଣ କରୋନା ସାଙ୍ଗରେ ପୁଣି ଏକ ନୂଆ ସଂକ୍ରମଣର ଭୂତାଣୁ ବ୍ୟାପୁଥିବାରୁ ଏବେ ଚିନ୍ତାରେ ଆମେରିକାବାସୀ ।