ଅମାନିଆଙ୍କ ବିରୋଧରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ । ବାହାରେ ବୁଲୁଥିବାରୁ ଭୁବନେଶ୍ୱରରେ ୪୫ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ପଠାଇଲା ପ୍ରଶାସନ ।

Advertisment
ସଟଡାଉନ ରାଜଧାନୀ ! ନିୟମ ପରେ ବି ବାହାରେ ବୁଲୁଥିଲେ ଲୋକ, ୧୫୬ ନିୟମ ଉଂଲଘନକାରୀଙ୍କୁ ଉଠାଇ ନେଲା ପୋଲିସ

କନକ ବ୍ୟୁରୋ : ସଟଡାଉନ୍ ସମୟରେ ଘରୁ ଗୋଡ କାଢ଼ିବା ମନା । ବାହାରେ ବୁଲୁଥିଲେ ସାବଧାନ ହୋଇଯାଆନ୍ତୁ । ନିୟମ ନମାନି ଘର ବାହାରେ ବୁଲୁଥିବା ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ରାଜଧାନୀ ଭୁବନେଶ୍ୱରରେ ସଟଡାଉନ୍ ନିୟମ ନମାନି ବୁଲୁଥିବାରୁ ଆଜି ୪୫ ଜଣଙ୍କୁ ବାଧ୍ୟତାମୂଳକଭାବେ ୧୪ ଦିନିଆ କ୍ୱାରେନଟାଇନରେ ପଠାଇ ଦେଇଛି ପୋଲିସ୍ ।

କେବଳ ଖଣ୍ଡଗିରି ଅଂଚଳରୁ ୨୦ଜଣଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ସେହିପରି ଭଦ୍ରକରେ ୯ଜଣଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେନଟାଇନରେ ଭଦ୍ରକ ପୋଲିସ ପଠାଇଛି । ସଟଡାଉନ ସମୟରେ ଘରୁ ବାହାରକୁ ବାହାରିଲେ ବାଧ୍ୟତାମୂଳକ ଭାବେ ୧୪ ଦିନିଆ କ୍ୱାରେନଟାଇନରେ ପଠାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe