କନକ ବ୍ୟୁରୋ : ସଟଡାଉନ୍ ସମୟରେ ଘରୁ ଗୋଡ କାଢ଼ିବା ମନା । ବାହାରେ ବୁଲୁଥିଲେ ସାବଧାନ ହୋଇଯାଆନ୍ତୁ । ନିୟମ ନମାନି ଘର ବାହାରେ ବୁଲୁଥିବା ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ରାଜଧାନୀ ଭୁବନେଶ୍ୱରରେ ସଟଡାଉନ୍ ନିୟମ ନମାନି ବୁଲୁଥିବାରୁ ଆଜି ୪୫ ଜଣଙ୍କୁ ବାଧ୍ୟତାମୂଳକଭାବେ ୧୪ ଦିନିଆ କ୍ୱାରେନଟାଇନରେ ପଠାଇ ଦେଇଛି ପୋଲିସ୍ ।
କେବଳ ଖଣ୍ଡଗିରି ଅଂଚଳରୁ ୨୦ଜଣଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ସେହିପରି ଭଦ୍ରକରେ ୯ଜଣଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେନଟାଇନରେ ଭଦ୍ରକ ପୋଲିସ ପଠାଇଛି । ସଟଡାଉନ ସମୟରେ ଘରୁ ବାହାରକୁ ବାହାରିଲେ ବାଧ୍ୟତାମୂଳକ ଭାବେ ୧୪ ଦିନିଆ କ୍ୱାରେନଟାଇନରେ ପଠାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/20-1.jpg)