କନକ ବ୍ୟୁରୋ: ଲକଡାଉନ୍ ସମୟରେ ମାତିଛନ୍ତି ସାଇବର ଠକ । ତେଣୁ ଲୋକମାନେ ନିଜକୁ ସତର୍କ ରଖିବା ସହିତ ସୁରକ୍ଷିତ ରୁହନ୍ତୁ । ଯଦି କେହି ବି ଲୋକ ସାଇବର ଫ୍ରଡର ଶିକାର ହେଉଛନ୍ତି ତେବେ ତୁରନ୍ତ ଏନେଇ ପୋଲିସକୁ ଜଣାନ୍ତୁ । ଟୋଲ ଫ୍ରି ନମ୍ବର ୧୫୫୨୬୦କୁ କଲ କରି ମଧ୍ୟ ଲୋକମାନେ ନିଜ ସାଇବର ଫ୍ରଡ ମାଧ୍ୟମରେ ପୋଲିସକୁ ଜଣାଇପାରିବେ । ଆଜି କରୋନା ସମ୍ବନ୍ଧୀୟ ପ୍ରେସମିଟ କରି ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶବନ୍ତ ଜେଠୱା ।
କରୋନା ବେଳେ ସାଇବର କ୍ରାଇମ ଠାରୁ ସତର୍କ ରୁହନ୍ତୁ
ସାଇବର କ୍ରାଇମର ଶିକାର ହେଲେ ତୁରନ୍ତ ପୋଲିସକୁ ଜଣାନ୍ତୁ
ଟୋଲ ଫ୍ରି ନମ୍ବର ୧୫୫୨୬୦କୁ କଲ କରି ଜଣାନ୍ତୁ@odisha_police#KanakNewspic.twitter.com/ppOheUsbmo— Kanak News (@kanak_news) June 10, 2021
ଏଥିସହିତ ଲୋକମାନେ ଲକଡାଉନ୍ ସମୟରେ ନିୟମ ପାଳନ କରନ୍ତୁ । ନଚେତ୍ ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦ୍ୱିତୀୟ ଲହର ପରଠାରୁ ପୋଲିସ ପ୍ରଶାସନ ଏନେଇ କଠୋର ହେବା ସହିତ ଭାରି ପରିମାଣର ଫାଇନ୍ ଆଦାୟ ହୋଇଛି ବୋଲି ସେ କହିଛନ୍ତି ।
ସେହିପରି ଟୁଇନ ସିଟି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଆଗକୁ ରଜ ଆସିବାକୁ ଅଛି । ତେଣୁ ଲୋକମାନେ ନିୟମ ନଭାଙ୍ଗି କାମ କରନ୍ତୁ । ବଜାର ଘାଟରେ ଅଯଥାରେ ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ତା ସହିତ ଭୁବନେଶ୍ୱର ଡିସିପି ଏବଂ କଟକ ଡିସିପି ମଧ୍ୟ ଟୁଇନ ସିଟି ବାସୀଙ୍କୁ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।