ପଛୁଆ ପବନ ଅତି ଭୟଙ୍କର । ଖରା ଦେଖାଦେଲେ ବି ବାହାରକୁ ନବାହାରିବା ପାଇଁ ଏସଆରସିଙ୍କ ପରାମର୍ଶ ।

1,082

କନକ ବ୍ୟୁରୋ : ସାବଧାନ..ପଛୁଆ ପବନ ହୋଇପାରେ ଅତି ଭୟଙ୍କର । ଖରା ଦେଖାଦେଲେ ମଧ୍ୟ ବାହାରକୁ ବାହାରନ୍ତୁ ନାହିଁ । ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପଛୁଆ ପବନ ନେଇ ସତର୍କ କରାଇଛନ୍ତି ଏସଆରସି ।

ତେବେ ଲ୍ୟାଣ୍ଡଫଲ୍ ବେଳେ ପବନ ହେବା ପରେ ପବନ ସାମାନ୍ୟ କମିପାରେ । ଯେତେବେଳେ ବାତ୍ୟାର କେନ୍ଦ୍ର ତଥା ମଝି ଭାଗ ଅତିକ୍ରମ କରୁଥିବ, ସେତେବେଳେ ଖରା ମଧ୍ୟ ହୋଇପାରେ । କିନ୍ତୁ ବାତ୍ୟା ଚାଲିଗଲା ବୋଲି ଭାବି ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ । କାରଣ ପୁଣି ପବନ ଫେରିବ ଏବଂ ଏହି ପଛୁଆ ପବନ ଅତି ଭୟଙ୍କର ହେବ ବୋଲି କହିଛନ୍ତି ଏସଆରସି ।

ଆରମ୍ଭ ହୋଇସାରିଛି ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ରହିବ । ଅର୍ଥାତ ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି ।