ହୁସିଆର ! ଆପଣଙ୍କ ହ୍ୱାଟ୍ସଆପକୁ ଆସିପାରେ ଏହି ମେସେଜ, କ୍ଲିକ କଲେ ପଡିପାରନ୍ତି ଅଡୁଆରେ ।

60

ବର୍ତ୍ତମାନ ସମୟରେ ସାଧାରଣତଃ ଆପଣଙ୍କ ମୋବାଇଲକୁ ଅନେକ ପ୍ରକାରର ମେସେଜ ଆସୁଥିବ । ଏବଂ ଏହା ମଧ୍ୟରୁ କିଛି ମେସେଜ ଯାହାକି ଆପଣଙ୍କ ମୋବାଇଲକୁ ବେଳେବେଲେ ହ୍ୟାଙ୍ଗ କରିଦେଉଥିବ । ମୁମ୍ବାଇରେ ଏଭଳି ଏକ ମେସେଜ ଯାହାକି ଦିନକୁ ଦିନ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି । ଆଉ ଏହି ମେସେଜ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ହ୍ୱାଟ୍ସଆପକୁ କବଜାରେ ନେବାକୁ ଲାଗିଛି । ଏକ ରିପୋର୍ଟ ଅନୁସାରେ ଅନଲାଇନ ମାଧ୍ୟମରେ ଏକ ‘ତେଲୁଗୁ ଟେକ୍ସଟ ମେସେଜ’ ଭାଇରାଲ ହେଉଛି । ଯାହାକି ଆଣ୍ଡ୍ରଏଡ ମୋବାଇଲ ବ୍ୟବହାରକାରୀଙ୍କ ମୋବାଇଲକୁ ହ୍ୟାଙ୍ଗ କରିବା ସହ କରପ୍ଟ ମଧ୍ୟ କରିଦେଉଛି ।

କ’ଣ ଏହି ମେସେଜ ଏବଂ କେମିତି ବର୍ତ୍ତିବେ :

ଏହି ତେଲୁଗୁ ଟେକ୍ସଟ ମେସେଜ ଆପଣଙ୍କ ଆଣ୍ଡ୍ରଏଡ ମୋବାଇଲକୁ ଆସିବା ପରେ ତୁରନ୍ତ ଏକ ଆପ ମାଧ୍ୟମରେ ଓପନ ହେବାକୁ ଲାଗେ । ଏବଂ ଏହାପରେ ଖଜଗ ଭଳି ଏକ ଲେଖା ଡିସପ୍ଲେ କରିଥାଏ । ଏଥିରେ କ୍ଲିକ କରିବାମାତ୍ରେ ଏକ ବ୍ଲକ ଅପସନ୍ ଆସିଥାଏ । ଏହାଦ୍ୱାରା ମୋବାଇଲ ହ୍ୟାଙ୍ଗ ହେବାସହ ବ୍ଲକ ହୋଇଯିବାର ଆଶଙ୍କା ଥାଏ । ଏହି ମେସେଜକୁ ନେଇ ବର୍ତ୍ତମାନ ଅନେକ ହ୍ୱାଟ୍ସଆପ ୟୁଜର୍ସ ଅଭିଯୋଗ କରିଥିବା ଘଟଣା ସାମ୍ନାକୁ ଅସିଛି । ବିଶେଷ କରି ଆଣ୍ଡ୍ରଏଡ ମୋବାଇଲ ୟୁଜର୍ସ ହିଁ ଏହି ଆତଙ୍କିତ ମେସେଜର ଶିକାର ହେଉଛନ୍ତି । ଆଇଫୋନ୍ କି ଆଇଓଏସ୍ ବ୍ୟବହାରକାରୀଙ୍କ ମୋବାଇଲକୁ ଏଭଳି ମେସେଜ ଆସିଥିବାର କୌଣସି ଅଭିଯୋଗ ହୋଇନାହିଁ ।

ଏନେଇ ହ୍ୱାଟ୍ସଆପ ଡାଇରେକ୍ଟର କହିଛନ୍ତି, ଯେ ଏହି ସମସ୍ୟା ପାଇଁ ହ୍ୱାଟ୍ସଆପରେ ତୁରନ୍ତ ଏକ ନୂତନ ଫିଚର୍ସ ଆସିବ । ଯାହାଦ୍ୱାରା ହ୍ୱାଟ୍ସଆପ ବ୍ୟବହାରକାରୀ ମାନେ ଚିନ୍ତାମୁକ୍ତ ହେବେ ।