କନକ ବ୍ୟୁରୋ: ଶୋକାକୂଳ ପରିବେଶରେ ସରିଛି ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ । ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଗାଁ ମଶାଣିରେ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ସଂସ୍କାର ହୋଇଛି । ବିଡିଓଙ୍କ ଶେଷକୃତ୍ୟ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ । କହିଛନ୍ତି, ସ୍ୱାମୀ ତାଙ୍କର ବିଡିଓ ଥିଲେ, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ କୌଣସି ପ୍ରଶାସନିକ ଅଧିକାରୀ ।
ପୂର୍ବରୁ ବିଡିଓଙ୍କ ବାପା ଦେଇଥିବା ପ୍ରତିକ୍ରିୟା ମଧ୍ୟ ସନ୍ଦେହ ସୃଷ୍ଟି କରିଥିଲା । ପୁଅକୁ ଛୁଟି ମିଳୁନଥିବା କହିଥିଲେ ବାପା । ଗତ ବର୍ଷ ଅକ୍ଟୋବର ମାସ ୨୨ ତାରିଖରୁ ସେ ଘରକୁ ଯାଇନଥିଲେ । ତେଣୁ ମାନସିକ ଚାପରେ ରହୁଥିବା ଅଭିଯୋଗ ଅଣିଥିଲେ ବିଶ୍ୱରଂଜନଙ୍କ ବାପା ।