ବିଦ୍ୟାଳୟରେ ପହଞ୍ଚିଲେ ବିଡିଓ, ଛାତ୍ରଛାତ୍ରୀଙ୍କୁ ଦେଲେ ମାର୍ଗଦର୍ଶନ

167

କନକ ବ୍ୟୁରୋ:  ବ୍ଲକ ଅଫିସ ନୁହେଁ ବିଦ୍ୟାଳୟରେ ବିଡିଓ । ଅଚାନକ୍ ବିଦ୍ୟାଳୟରେ ପହଂଚିଗଲେ ବିଡିଓ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ପାଠପଢାଇଲେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ବିଡିଓ ସତ୍ୟଜିତ୍ ମହାନ୍ତି । ଅଚାନକ ବିଦ୍ୟାଳୟରେ ପହଞ୍ଚିଲେ ଗୋଷ୍ଠିଉନ୍ନୟନ ଅଧିକାରୀ , ଛାତ୍ରଛାତ୍ରୀଙ୍କୁ ପଢାଇଲେ ପାଠ ।

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୁଡିଖାଳ ସ୍ଥିତ  ବନବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଚାନକ ପହଞ୍ଚିଥିଲେ ବସ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟଜିତ ମହାନ୍ତି, ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ସହ ଭଲ ମଣିଷ ହେବା ପାଇଁ ଦିଗଦର୍ଶନ ଦେଇଥିଲେ । ଏହା ସହ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଛାତ୍ର ଛାତ୍ରୀଙ୍କୁ କହିଥିଲେ । ବିଦ୍ୟାଳୟରେ କେମିତି ଚାଲିଛି ପାଠ ପଢା , ବିଦ୍ୟାଳୟ ପରିଷ୍କାର ପରିଚ୍ଛନ ଅଛି କି ନାହିଁ , ଶିକ୍ଷକ ମାନେ ଠିକ୍ ସମୟରେ ବିଦ୍ୟାଳୟ କୁ ଆସୁଛନ୍ତି କି ନାହିଁ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଥାକୁ ବେଶ ଆଗ୍ରହର ସହ ଶୁଣିଥିଲେ । ଦୀର୍ଘ ଦିନ ପରେ ଛାତ୍ର ଛାତ୍ରୀଙ୍କ ସହ ମିଶିବା ଏବଂ ପାଠ ପଢାଇ ବେଶ ଖୁସି ଥିବା କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଅନ୍ୟପଟେ ଛାତ୍ରଛାତ୍ରୀ ମାନେ ମଧ୍ୟ ଖୁସି ଥିବା କହିଛନ୍ତି ।