ଉଦ୍ଧାର ହେଲେ ଅପହୃତ ବିଡିଓ । ଦିନ ଦ୍ୱିପ୍ରହରରେ କିଡନାପ କରିଥିଲେ ବ୍ଲକ ଉପାଧ୍ୟକ୍ଷ, ପୋଲିସ କହିଲା, ସମସ୍ତ ଅଭିଯୁକ୍ତ ଖୁବଶୀଘ୍ର ହେବେ ଗିରଫ

382

କନକ ବ୍ୟୁରୋ : ଫେରିଲେ ଅପହୃତ ଅଫିସର । ସ୍ପଷ୍ଟ ଦିବା ଲୋକରେ ଅପହୃତ ହୋଇଥିବା ବଲାଙ୍ଗୀର ପୁଇଁତଳା ବିଡିଓ ସରୋଜ କୁମାର ମିଶ୍ରଙ୍କୁ ଉଦ୍ଧାର କରାଯାଇଛି । ପୋଲିସର ଛାନଭିନ ପରେ ଉଦ୍ଧାର ପାଇଛନ୍ତି ବିଡିଓ । ତେବେ ବିଡ଼ିଓଙ୍କ ଅପହରଣ ପଛର ମାଷ୍ଟର ମାଇଣ୍ଡ ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡିଙ୍କ ହାତ ରହିଥିବା ପୋଲିସ ସୂଚନା ଦେଇଛି । ଏହି ଅପହରଣ ପଛରେ ଅନ୍ୟ ଲୋକଙ୍କର ମଧ୍ୟ ହାତ ରହିଥିବା କହିଛି ପୋଲିସ । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛି ପୋଲିସ ।

ଆଜି ଅପରାହ୍ନ ୪ରୁ ସାଢେ ୪ ମଧ୍ୟରେ ସରୋଜ ମିଶ୍ରଙ୍କୁ ୮ରୁ ୧୦ ଦୁବୃର୍ତ୍ତ ବ୍ଲକ ଅଫିସରେ ପଶି ଅପହରଣ କରି ନେଇଥିଲେ । ଏକ ସ୍କ୍ରପିଓ ଗାଡିରେ ସରୋଜଙ୍କୁ ଅପହରଣ କରି ନେଇଥିଲେ ଦୁବୃର୍ତ୍ତ । ତେବେ ପୋଲିସ ଅଭିଯୋଗ ପାଇବା ମାତ୍ରେ ଆରମ୍ଭ କରିଥିଲା ଛାନଭିନ ।

ଆଉ ଅପହରଣର ମାତ୍ର ୩ ଘଣ୍ଟା ମଧ୍ୟରେ ବିଡିଓଙ୍କୁ ଉଦ୍ଧାର କରିଥିଲା ପୋଲିସ । ପରେ ଜିଲ୍ଲାପାଳ ଓ ଏସପିଙ୍କ ସହ ରୁଦ୍ଧଦ୍ୱାରା ବୈଠକ ପରେ ଏହି ଅପହରଣ ପଛର ମାଷ୍ଟରମାଇଣ୍ଡ କିଏ ତାହା ସାମ୍ନାକୁ ଆସିଥିଲା । ଉଦ୍ଧାର ପରେ ବିଡିଓଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଯେଉଁଥିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଅପହରଣ ସମୟର ପୂରା ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।