ମାନୁନାହାନ୍ତି ସରପଞ୍ଚ, ମାଲକାନଗିରି ବ୍ଲକର ୪ ଜଣ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ବିଡିଓ

ମାନୁନାହାନ୍ତି ସରପଞ୍ଚ, ମାଲକାନଗିରି ବ୍ଲକର ୪ ଜଣ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ବିଡିଓ

କନକ ବ୍ୟୁରୋ: ବୋଲ ମାନୁନାହାନ୍ତି ସରପଞ୍ଚ । ବିଭିନ୍ନ ସରକାରୀ କାର୍ଯ୍ୟରେ ସହଯୋଗ କରୁ ନଥିବାରୁ ମାଲକାନଗିରି ବ୍ଲକର ୪ ଜଣ ସରପଞ୍ଚଙ୍କୁ ପଂଚାୟତିରାଜ ଆଇନ ଅନୁଯାଇ କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି ବିଡିଓ । ବିଶେଷ କରି ମନରେଗା ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୁର୍ଣ ଯୋଜନାରେ ସରପଂଚମାନଙ୍କର ପ୍ରମୁଖ ଭୁମିକା ରହିଛି । ହେଲେ ମାଲକାନଗିରିରେ ସରପଂଚମାନେ ପଂଚାୟତ ନିର୍ବାହୀ ଅଧିକାରୀ କିମ୍ବା ଯନ୍ତ୍ରୀମାନଙ୍କୁ ସହଯୋଗ କରୁନାହାନ୍ତି ।

ଏମିତିକି କୌଣସି ବୈଠକରେ ଯୋଗଦେଉନାହାନ୍ତି । ଫଳରେ ଅମୃତ ସରୋଭର, ପନ୍ଦର ତମ ସିଏଫସି, ପଂଚମ ଏସଏଫସି ପରି ବିଭିନ୍ନ ସରକାରୀ ଯୋଜନା ଆଣ୍ଠେଇ ପଡିଛି ବୋଲି ବିଡିଓ ନୋଟିସରେ ଉଲ୍ଲେଖ କରିଛନ୍ତି । ମାଲକାନଗିରି ବ୍ଲକର ବୀର-ଲକ୍ଷମଣପୁର, ସୀନ୍ଧ୍ରୀମାଳ, ଗୋଙ୍ଗଲା ଓ ମାର୍କାପାଲି ସରପଂଚଙ୍କୁ କ୍ଷମତାର ଅପବ୍ୟବହାର ଅଭିଯୋଗ ନେଇ କାରଣ ଦର୍ଶାଅ ନୋଟିସ ଜାରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe