ମହାମାରୀ ବେଳେ ବିଡିଓ ଦେଖାଇଲେ ମାନବିକତା : ସଂକ୍ରମିତଙ୍କ ମୃତ୍ୟୁ ପରେ କବର ଦେଲେ ଟାଙ୍ଗୀ-ଚୌଦ୍ୱାର ବିଡିଓ ।

65

କନକ ବ୍ୟୁରୋ : ମହାମାରୀ କରୋନା କାଳରେ ବିଡ଼ିଓ ଦେଖାଇଲେ ମାନବିକତା । କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୁପ ନେଉଥିବା ବେଳେ ଟାଙ୍ଗି ଚୌଦ୍ୱାର ବ୍ଲକ ବିରୁତେରୁଆଁ ଗାଁର ୬୨ ବର୍ଷିୟ ଅବ୍ଦୁଲ ଆଜାଦ ଖାଁ କରୋନାରେ ଆକ୍ରାନ୍ତ ହୋଇ ଡ଼୍ରିମ୍ସ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ମୁସଲିମ୍ ସମ୍ପ୍ରଦାୟର ହୋଇଥିବାରୁ ଶବକୁ କବର ଦେବାର ନୀୟମ ରହିଛି । କବର ଦେବା ଦେବା ପାଇଁ ଅବ୍ଦୁଲଙ୍କ ଘରେ ତାଙ୍କ ପରିବାର ପକ୍ଷରୁ ପୁରୁଷ ନଥିଲେ । ଏହି ଖବର ପାଇ ଟାଙ୍ଗି ଚୌଦ୍ୱାର ବ୍ଲକ ଅଧିକାରୀ ବିନୋଦ କୁମାର ସେନାପତି ଓ ବ୍ଳକ ନିର୍ବାହୀ ଯନ୍ତ୍ରୀ ଶୈଳେନ୍ଦ୍ର ସାମଲ ପହଂଚି ଗାଁର ୪ଜଣ ଲେକଙ୍କ ସହାୟତାରେ ପିପିଇ କିଟ ପିନ୍ଧି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।