ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁ: ଜିଲ୍ଲାପାଳଙ୍କ ଆଡକୁ ଉଠିଲା ଅଙ୍ଗୁଳି, ବିଡିଓଙ୍କ ବାପା କହିଲେ, ମିଳୁନଥିଲା ଛୁଟି, ଡିପ୍ରେସନରେ ଥିଲେ ପୁଅ

1,996

କନକ ବ୍ୟୁରୋ: ସରକାରୀ ବାବୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ ବାସଭବନରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ବିଡିଓ ବିଶ୍ୱରଞ୍ଜନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଛନ୍ତି ବିଡିଓ । ଘଟଣା ସ୍ଥଳରେ ସିମୁଳିଆ ପୁଲିିସ ପହଂଚି ତଦନ୍ତ ଆରମ୍ଭ କରିଛି । ମାତ୍ର ଦୁଇ ମାସ ତଳେ ସେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଯଦି ଆତ୍ମହତ୍ୟା କରିଛନ୍ତି, ତାହା ପଛରେ ସରକାରୀ ଚାପ ରହିଥିଲା ନା ପାରିବାରିକ କାରଣ ସେନେଇ ମଧ୍ୟ ପୁଲିସ ଖୋଳତାଡ ଆରମ୍ଭ କରିଛି । ବିଶ୍ୱରଂଜନ ମହାନ୍ତିଙ୍କ ଘରେ ବାରିପଦାରେ । ବିଶ୍ୱରଂଜନଙ୍କ ବାପା କହିଛନ୍ତି, ଡିପ୍ରେସନରେ ଥିଲେ ତାଙ୍କ ପୁଅ । ଜିଲ୍ଲାପାଳ ଛୁଟି ଦେଉନଥିଲେ । ଅକ୍ଟୋବର ୨୨ରେ ସେ କାମରେ ଯୋଗ ଦେଇଥିଲେ । ପ୍ରବଳ କାମ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ ବିଶ୍ୱରଂଜନ । ଆଜି ଦିନ ୧୧ଟାରେ ସେ କିଛି ସମୟ ପାଇଁ ଅଫିସ ଯାଇଥିଲେ । ଆଉ ଭିସିରେ ଯୋଗନଦେବାରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଖୋଜିଥିଲେ । ଫୋନ କରିବା ପରେ ବିଶ୍ୱରଂଜନ ଉଠାଇନଥିଲେ । ଏହା ପରେ ତାଙ୍କୁ ଖୋଜାଯାଇଥିଲା । ବାସଭବନର ଘର ଭିତର ପଟୁ ଚାବି ପଡିଥିଲା । ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ କବାଡ ଭାଙ୍ଗି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ସାଂଇଟଫିକ ଛାନଭିନ କରୁଛନ୍ତି । ପରିବାର ଲୋକେ ଆସି ପଂହଚିଛନ୍ତି । ବିଶ୍ୱରଂଜନ ଅବସରଗ୍ରହଣ କରିବା ପାଇଁ ଆଉ ଅଢେଇବର୍ଷ ଥିଲା । କାଲି ବିଡିଓଙ୍କ ପୋଷ୍ଟମର୍ଟମ କରାଯିବ ବୋଲି ଜଣାପଡିଛି ।

ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି । ଜଣେ ଅଧିକାରୀ କଣ ଏତେ ଚାପଗ୍ରସ୍ତ ହେବ ଯେ ଆତ୍ମହତ୍ୟା କରିବ । ଆଉ ଏମିତି ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
କାହିଁକି ଝୁଲି ପଡ଼ିଲେ ବିଡିଓ?
– ମାନସିକ ଚାପରେ ଥିଲେ କି ବିଡିଓ?
– ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା?
– ଘରକୁ ଆସିପାରୁନଥିବାରୁ ଡିପ୍ରେସନରେ ଥିଲେ କି?
– ଦିନ ୧୧ଟାରେ କିଛି ସମୟ ପାଇଁ ଅଫିସ ଯାଇଥିଲେ
– ଅଫିସରେ କ’ଣ ଘଟିଥିଲା?
– ଜିଲ୍ଲାପାଳ ଛୁଟି ଦେଉନଥିବାର ସତ୍ୟତା କେତେ?
– କାମକୁ ନେଇ ଚାପଗ୍ରସ୍ତ ଥିଲେ କି ବିଡିଓ?