କନକ ବ୍ୟୁରୋ: ଉପନିର୍ବାଚନ ପୂର୍ବରୁ ବଦଳିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବିଡିଓ । ଏବେ ଦାୟିତ୍ୱରେ ଥିବା ଦୁର୍ଗାଚରଣ ର୍ମୁମୁଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବନବିହାରୀ ଡିଣ୍ଡାଙ୍କୁ ଧାମନଗର ବିଡିଓ ଭାବେ ନିଯୁକ୍ତି ମିଳିଛି । ବନବିହାରୀ ଏବେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲଦାର ଅଛନ୍ତି । ସେହିପରି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବିଡିଓ ମଧ୍ୟ ବଦଳିଛନ୍ତି । ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଜ୍ୟୋତିର୍ମୟ କରଙ୍କୁ ନିଯୁକ୍ତି ପାଇଁ ନିଷ୍ପତି ହୋଇଛି । ଜ୍ୟୋତିର୍ମୟ କର ଏବେ କଳାହାଣ୍ଡି କେସିଙ୍ଗାରେ ତହସିଲଦାର ଅଛନ୍ତି । ନୂଆ ନିଯୁକ୍ତି ନେଇ ପଂଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଧାମନଗର ଉପନିର୍ବାଚନ ପୂର୍ବରୁ ବଦଳିଲେ ବିଡିଓ। ତିହିଡି ଓ ଧାମନଗର ବ୍ଲକରେ ନୂଆ ବିଡିଓ ନିଯୁକ୍ତ।
/kanak/media/post_attachments/wp-content/uploads/2022/10/Collage-Maker-08-Oct-2022-07.10-AM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)