ଚରମ ସୀମାରେ ପହଞ୍ଚିଲା ବଡଚଣାର ବିଜେପି ବିବାଦ । ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଦଳକୁ ସୀମନ୍ତିନୀଙ୍କ ଚେତାବନୀ

Advertisment
ଚରମ ସୀମାରେ ପହଞ୍ଚିଲା ବଡଚଣାର ବିଜେପି ବିବାଦ । ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଦଳକୁ ସୀମନ୍ତିନୀଙ୍କ ଚେତାବନୀ

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ବିଜେପିର ନୂଆ ଓ ପୁରୁଣା ବିବାଦ ଲାଗି ରହିଥିବା ବେଳେ ବଡଚଣାରେ ଏହା ଚରମ ସୀମାରେ ପହଞ୍ଚିଛି। ଗତ ୨୦୧୪ରେ ବିଜେପି ପ୍ରାର୍ଥିନୀ ହୋଇଥିବା ବିଜେପି ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନା ଏଥର ଟିକେଟ୍ ପାଇନଥିବା ବେଳେ ନୂତନ ଭାବେ ଦଳରେ ସାମିଲ ହୋଇଥିବା ଅମର ନାୟକ ବିଜେପିର ଦଳୀୟ ପ୍ରାର୍ଥୀ ବୋଲି ଘୋଷିତ ହୋଇଛନ୍ତି। ଯାହାଫଳରେ ସୀମନ୍ତିନୀଙ୍କ ସମର୍ଥକମାନେ ଘନ ଘନ ବୈଠକରେ ସାମିଲ ହୋଇ ନିର୍ବାଚନ ପାଇଁ ରଣନୀତି ଆପଣାଇବାକୁ ଆରମ୍ଭ କରିଛନ୍ତି। ଦୁଇ ଦିନ ଧରି ଏହି ଗୋଷ୍ଠୀ ଏକତ୍ରିତ ହୋଇ ପ୍ରାର୍ଥୀ ପରିବର୍ତ୍ତନ କରି ଅମରଙ୍କ ସ୍ଥାନରେ ସୀମନ୍ତିନୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରାଯାଇଛି। ନଚେତ୍ ଆଗାମୀ ଦିନରେ ତାଙ୍କର ନେତ୍ରୀ ସୀମନ୍ତିନୀ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଚରମ ଚେତାବନୀ ଦେଇଛନ୍ତି।

publive-image

ଗତକାଲି ବନ୍ତଳା ପଞ୍ଚାୟତ ବ୍ରାହ୍ମଣୀଦେବୀ ପୀଠ ପରିସରରେ ଦଳର ବରିଷ୍ଠ ନେତା ନାରାୟଣ ଚନ୍ଦ୍ର ସାମଲଙ୍କ ସଭାପତିତ୍ବରେ ପୁରୁଖା କ୍ୟାଡର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଶତାଧିକ କାର୍ଯ୍ୟକର୍ତ୍ତା ବଡ଼ଚଣା ବିଧାନସଭା ଆସନରେ ଅମର ନାୟକଙ୍କୁ ପ୍ରାର୍ଥୀ କରାଯିବାରୁ ତୀବ୍ର ବିରୋଧ କରିଥିଲେ। ସୀମନ୍ତିନୀଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ନେତୃବୃନ୍ଦ ପୁନଃବିଚାର କରିବାକୁ ସେମାନେ ଦାବି କରିଥିଲେ। ଏହା ନହେଲେ ସୀମନ୍ତିନୀ ଜେନା ସ୍ବାଧୀନ ପ୍ରାର୍ଥୀ ହୁଅନ୍ତୁ ବୋଲି ତାଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକର୍ତ୍ତାଙ୍କ ଭାବନାକୁ ସମ୍ମାନ ଦେଇ ସୀମନ୍ତିନୀ ଏ ସଂପର୍କରେ ଚିନ୍ତା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

publive-image

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ପରିଷଦ ସଦସ୍ୟ ଉଦୟନାଥ ସାହୁ, ରମାକାନ୍ତ ଖୁଣ୍ଟିଆ, ଦେବରଂଜନ ସ୍ବାଇଁ, ବିଜୟ କୁମାର ସାହୁ, ଅଜୟ କୁମାର ସାମଲ, କାହ୍ନୁ ଚରଣ ଦାସ, ସ୍ବପ୍ନାରାଣୀ ସ୍ବାଇଁ, ସନ୍ୟାସ କିଶୋର ବ୍ରହ୍ମ, କିଶୋର କୁମାର ବାରିକ, ଇନ୍ଦ୍ରମଣି ବେହେରା, ଉତ୍ତମ କୁମାର ମହାପାତ୍ର, କେଦାରନାଥ ସାହୁ, ଅମରେଶ ନନ୍ଦ, ଧନେଶ୍ବର ସାହୁ, ଦୁଷ୍ମନ୍ତ କୁମାର ବେଜ, ରଣଜିତ ବଳ, ନାରାୟଣ ପ୍ରଧାନ, ନିରଂଜନ ମହାରଣା, ଶ୍ୟାମପଦ ଭଂଜ, ନୃସିଂହ ବିଶ୍ବାଳ, ରମେଶ କୁମାର ସାହୁ, ଶ୍ରୀକାନ୍ତ କୁମାର ସାମଲ, ଦେବ ସ୍ବାଇଁ, ମନୋଜ କୁମାର ସ୍ବାଇଁ, ଅମିତ ମହାନ୍ତି, ବିଶ୍ବଜିତ ସାମଲ, ଝିଲି ଜେନା, ନିମାଁ ଚରଣ ମହାପାତ୍ର, ଖଗେଶ୍ବର ପଣ୍ଡା, ଅକ୍ଷୟ କୁମାର ବଳ, ଜୟନ୍ତ କୁମାର ସାହୁ, ତୃପ୍ତିରଂଜନ ଦାସ, ପ୍ରଦ୍ୟୁମ୍ନ କୁମାର ଓଝା, ରାଇଚରଣ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe