ପାର୍କିଂ ଫିକୁ ନେଇ ୧୪ଟି ଜାଗାକୁ ନୋଟିସ୍ । ଏସପ୍ଲାନେଡ ସମେତ ୧୪ ମଲ, ସୋ'ରୁମ ଓ ହସ୍ପିଟାଲକୁ ନୋଟିସ କଲା ବିଡିଏ

ପାର୍କିଂ ଫିକୁ ନେଇ ୧୪ଟି ଜାଗାକୁ ନୋଟିସ୍ । ଏସପ୍ଲାନେଡ ସମେତ ୧୪ ମଲ, ସୋ'ରୁମ ଓ ହସ୍ପିଟାଲକୁ ନୋଟିସ କଲା ବିଡିଏ

କନକ ବ୍ୟୁରୋ: ବେଆଇନ ପାର୍କିିଂ ଫି ଆଦାୟ ନେଇ ୧୪ଟି ମଲ, ସୋରୁମ, ହୋଟେଲ ଓ ହସ୍ପିଟାଲକୁ ନୋଟିସ୍ କରିଛି ବିଡିଏ । କଟକଣା ପରେ ବି ବେଆଇନ ଭାବେ ପାର୍କିଂ ଫି ଆଦାୟ କରୁଥିବାରୁ ନୋଟିସ୍ କରିଛି ବିଡିଏ । ରୁଦ୍ରପୁରରେ ଥିବା ସିମ୍ଫୋନି ମଲ, ମଧୁସୂଧନ ନଗରରେ ଥିବା ଦି ୱାର୍ଲ୍ଡ, ଖାରବେଳନଗରର ଫୋରମ ମାର୍ଟ, ପଟିଆସ୍ଥିତ ମାରୁତି ଇଷ୍ଟେଟ, ପାହାଳର ପାଲ ମନ୍ତ୍ରା,  ସୁରୁଚି କଂଟିନୋଟାଲ, ସହୀଦନଗରସ୍ଥିତ ଭବାନୀ ମଲ, ସେଂଟାଲ ମଲ, ଆପୋଲୋ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ, କ୍ୱାଲିଟି କେୟାର ଇଣ୍ଡିଆ ଲିମିଟେଡ୍କୁ ନୋଟିସ୍ କରିଛି ବିଡିଏ ।  ଗ୍ରାହକଙ୍କଠାରୁ କୌଣସି ହୋଟେଲ, ମଲ, ସୋରୁମ ଓ ହସ୍ପିଟାଲ ବେଆଇନ ଭାବେ ପାର୍କି ଫି ଆଦାୟ ନକରିବାକୁ ନୋଟିସ୍ ଜାରି କରିଥିଲା ବିଡିଏ ।

ସପିଂ ମଲ, ହସପିଟାଲ ଓ ଅନ୍ୟ ବହୁ ତଳ ଅଟ୍ଟାଳିକା ତଳେ ପାର୍କିଂ ଫି ଆଦାୟ ବେଆଇନ ବୋଲି ବିଡିଏ ବିଜ୍ଞପ୍ତି ଜାରି କରିଥିବା ବେଳେ ମାଲିକ ମାନେ ଖୁଲମଖୁଲା ନିୟମ ଉଲ୍ଲଂଘନ କରି ପାର୍କିଂ ଫି ଆଦାୟ କରୁଥିବା ଅଭିଯୋଗ ଆସିଥିଲା । ଏପରିକି ଭୁବନେଶ୍ୱର ମହାନଗର ଅଂଚଳର ଅନେକ ସ୍ଥାନରେ ବିନା ଲାଇସେନ୍ସରେ ପାର୍କିଂ ଫି ଆଦାୟ କରା ଯାଉଥିବା ଦେଖାଯାଇଛି ।

ସେପଟେ, ଆରଟିଆଇ ତଥ୍ୟ କହୁଛି, ପାର୍କିଂ ଫି’ ଆଦାୟ ପାଇଁ ବିଏମସି ଟେଣ୍ଡରରୁ ମିଳୁଥିବା ରାଜସ୍ୱ କମି କମି ଯାଉଛି । ୨୦୧୭-୧୮ରେ ୫୫ଟି ସ୍ଥାନକୁ ପାର୍କିଂ ପାଇଁ ନିଲାମ କରି ୨ କୋଟି ୨୦ ଲକ୍ଷ ଟଙ୍କା ପାଇଥିଲା ଭୁବନେଶ୍ୱର ମହାନଗର ନିଗମ । ୨୦୧୮-୧୯ରେ ମାତ୍ର ୩ଟି ସ୍ଥାନ ପାଇଁ ଟେଣ୍ଡର ହୋଇଥିଲା ଏବଂ ଟେଣ୍ଡର ବାବଦରେ ମାତ୍ର ୨୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା । ସେହିଭଳି ୨୦୧୯-୨୦ରେ ପାର୍କିଂ ଫି ଆଦାୟ ପରିମାଣ ମାତ୍ର ୧୧ ଲକ୍ଷ ୪୦ ହଜାର ଟଙ୍କା ହୋଇଛି । ଅଧିକାଂଶ ଅଂଚଳ ପାଇଁ ଦୁଇ ବର୍ଷ ହେଲା ନିଲାମ ହୋଇପାରୁନଥିବାରୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ଭୁବନେଶ୍ୱର ମହାନଗର ନିଗମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe