କନକ ବ୍ୟୁରୋ: ସରକାରୀ ଜମି ମାଡି ବସିବା ନେଇ ୩ ଦଲାଲଙ୍କ ନାଁରେ ଏତଲା ଦେଲା ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି । ଇଓଡବ୍ଲୁରେ ୩ଜଣଙ୍କ ନାଁରେ ଏତଲା ଦେଲା ବିଡିଏ । ଗୋଟିଏ କି ଦୁଇ ଏକର ନୁହେଁ ୬୮ ଏକର ସରକାରୀ ଜମିକୁ ଦଲାଲ ମାଡି ବସିଥିବା ଅଭିଯୋଗ ହୋଇଛି । ଏପରିକି ନିଜ ମାଲିକାନା ଦେଖାଇ ୧୦ଜଣଙ୍କୁ ଜମି ବିକ୍ରି କରିଦେଇଛନ୍ତି ଦଲାଲ । ଏନେଇ ମାନସ ନାୟକ ଓ ଅନ୍ୟ ଦୁଇ ଜଣଙ୍କ ନାଁରେ ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲୁରେ ଏତଲା ଦେଇଛି ବିଡିଏ ।

Advertisment

ସାଧାରଣ ପ୍ରଶାସନ ତରଫରୁ ସାମପୁର ମୌଜାରେ ୬୪ ଏକର ୭୫ ଡିସିମିଲ ଜମି ବିଡିଏକୁ ମିଳିଥିଲା । ଏହି ଜମିରେ ଆଫୋର୍ଡେବଲ ହାଉସିଂ ପ୍ରୋଜେକ୍ଟ ପାଇଁ ଅନୁମତି ମିଳିଛି । ତେବେ ଏହି କାମ ଆରମ୍ଭ ହେବା ପୂର୍ବରୁ କେତେକ ଦଲାଲ ଏହି ଜମିକୁ ଜାଲ ପ୍ରମାଣ ଦେଖାଇ ବିକିବା ପାଇଁ ମସୁଧା ଚଳାଇଛନ୍ତି । ଏ ବିଷୟରେ ବିଡିଏ ଜାଣିବା ପରେ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଛି । ପୂର୍ବରୁ ସେହି ଅଂଚଳରେ ଘର କରିଥିବା ୧୬ଜଣଙ୍କ ନାଁରେ ନୋଟିସ କରିଥିଲା ବିଡିଏ ।