ମାଟ୍ରିକ ପରୀକ୍ଷା ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବିଜୁ ଛାତ୍ର ଜନତା ଦଳର ସଭାପତି ।

166

କନକ ବ୍ୟୁରୋ : ଦଶମ ବୋର୍ଡ ପରୀକ୍ଷା ଫିସ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ଚିଠି ଲେଖିବା ସହ ଏହି ଦିଗରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ।

କରୋନା ମହାମାରୀ ଯୋଗୁଁ ଏଥର ଅନେକ ଗରିବ ଲୋକ ପ୍ରଭାବିତ ହୋଇଛନ୍ତି । ତେଣୁ ପରୀକ୍ଷା ଫିସ୍୍ ଦେବା ସମସ୍ତଙ୍କ ପାଇଁ ସମ୍ଭବ ହେବ ନାହିଁ । ଏହାସହ ଅନେକ ପିଲା ଫର୍ମ ପୂରଣରୁ ବଞ୍ଚିତ ମଧ୍ୟ ହୋଇପାରନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି । ତେଣୁ ପରୀକ୍ଷା ଫିସ ବାବଦକୁ ଧାର୍ଯ୍ୟ କରାଯାଇଥିବା ୪୨୦ ଟଙ୍କା ଛାଡ କରିବାକୁ ଅନୁରୋଧ କରିଛନ୍ତି ସଭାପତି ।

ଏହାସହ କରୋନା ମହାମାରୀ ବେଳେ ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଥିଲେ ତାକୁ ପ୍ରଶଂସା କଲେ ବିଜୁ ଛାତ୍ର ଜନତା ଦଳର ସଭାପତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା କରି ସାରିଛନ୍ତି ସରକାର । ମେ ୩ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ହେବ ବୋଲି ଘୋଷଣା ହୋଇ ସାରିଛି ।