କନକ ବ୍ୟୁରୋ: ମହାମାରୀ କରୋନା ମୁକାବିଲାରେ ବୟସ୍କ ଲୋକଙ୍କ ପାଇଁ ସହାୟକ ହୋଇପାରେ ବିସିଜି ଟିକା । ଆଇସିଏମଆର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଜଣାପଡିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ , ଏହି ଟିକା ବୟସ୍କଙ୍କ ଦେହରେ ଟି ସେଲ୍ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ତେବେ ଏହା ଉପରେ ଅଧିକ ଅଧ୍ୟୟନ ଜାରି ରହିଛି ।
ଆଇସିଏମଆର ପକ୍ଷରୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୮୬ ଜଣ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଟିକାର ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ଟିକା ଦିଆଯାଇଥିବାବେଳେ ୩୨ ଜଣଙ୍କୁ ଟିକା ଦିଆନଯାଇ ଅନୁଧ୍ୟାନରେ ରଖାଯାଇଥିଲା । ଟିକା ଦେବାର ଗୋଟିଏ ମାସ ପରେ ଗବେଷକମାନେ ସେମାନଙ୍କର ଅନୁଧ୍ୟାନ କରିଥିଲେ । ଏଥିରେ ଦେଖାଯାଇଥିଲା ଟିକା ନେଇଥିବା ଲୋକଙ୍କ ଦେହରେ କୋଭିଡ୍ ବିରୋଧରେ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/4-36.jpg)
/kanak/media/post_attachments/wp-content/uploads/2020/10/thequint-fit_2020-10_baffac95-0703-4136-b2bc-94277e8626e4_iStock_587191054.jpg)