ପ୍ରତିରୋଧକ ଶକ୍ତି ବଢାଉଛି ବିସିଜି ଟୀକା । ବିଶେଷଜ୍ଞ କହିଲେ, କରୋନା ସଂକ୍ରମଣର ଜଟିଳ ପରିସ୍ଥିତିରୁ ବଞ୍ଚାଇଦେଉଛି ବିସିଜି ଟୀକା । କମୁଛି କରୋନା ସଂକ୍ରମଣ ଏବଂ ମୃତ୍ୟୁର ହାର ।

1,629

କନକ ବ୍ୟୁରୋ : କରୋନା ମହାମାରୀ ଦିନକୁ ଦିନ ବ୍ୟାପୁଥିବା ବେଳେ ବିସିଜି ଟୀକା ପ୍ରତିଶେଧକ ଶକ୍ତି ବଢାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜାତୀୟ ଟୀକାକରଣ କାର୍ଯ୍ୟକ୍ରମରେ ଭାରତ ଏବଂ ଚୀନରେ ବିସିଜି ଟୀକା ଦିଆଯାଇଥିବାରୁ ଏଠାରେ କରୋନାରେ ମୃତ୍ୟୁହାର ଯଥେଷ୍ଟ କମ୍ ରହିଛି । କରୋନା ସଂକ୍ରମଣରୁ ତିଆରି ହେଉଥିବା ଜଟିଳ ପରିସ୍ଥିତିରୁ ବିସିଜି ଟୀକା ବଂଚେଇଦେଇଛି ବୋଲି କିଛି ଡାକ୍ତର ବିଶ୍ୱାସ କରୁଛନ୍ତି । ଆମେରିକାନ ଆସୋସିଏସନ୍ ଫର ଦି ଆଡଭାନ୍ସମେଂଟ ଅଫ୍ ସାଇନ୍ସ ଦ୍ୱାରା ପ୍ରସ୍ତୁତ ମେଡିକାଲ ଜର୍ଣ୍ଣାଲ-ସାଇନ୍ସ ଆଡଭାନ୍ସରେ କୁହାଯାଇଛି, ଯେଉଁ ଦେଶ ଗୁଡିକରେ ବିସିଜି ଟୀକା ବାଧ୍ୟତାମୂଳକ, ସେଠାରେ କରୋନା ସଂକ୍ରମଣର ହାର ଏବଂ ମୃତ୍ୟୁର ହାର ଯଥେଷ୍ଟ କମ୍ ରହିଛି ।

ଯକ୍ଷ୍ମା ବିରୋଧରେ ଲଢେଇ ପାଇଁ ବ୍ୟବହାର ହେଉଥିବା ବିସିଜି ଟିକା କୋଭିଡ-୧୯ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ କି ନାହିଁ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବଡ ବିତର୍କ । ଏହି ବିତର୍କ ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ଆମେରିକାର ରିସର୍ଚ୍ଚ ପେପର କହୁଛି, ବିସିଜି ଟିକା ଗୋଟିଏ କମ୍ୟୁନିଟିରେ ସଂକ୍ରମଣର ପ୍ରଥମ ୩୦ଦିନରେ କରୋନା ବ୍ୟାପିବାର ପ୍ରକ୍ରିୟାକୁ କମେଇଦେଇପାରେ ।

ବିସିଜି କମାଉଛି କରୋନା ସଂକ୍ରମଣ । ସଂକ୍ରମଣର ପ୍ରଥମ ୩୦ଦିନରେ ଆସୁଛି ଫଳାଫଳ । ଆମେରିକାନ୍ ଆସୋସିଏସନ୍ ଫର ଦି ଆଡଭାନ୍ସମେଂଟ ଅଫ୍ ସାଇନ୍ସ ଦ୍ୱାରା ପ୍ରସ୍ତୁତ ମେଡିକାଲ ଜର୍ଣ୍ଣାଲ-ସାଇନ୍ସ ଆଡଭାନ୍ସରେ ପ୍ରକାଶ ପାଇଥିବା ପେପରରେ କୁହାଯାଇଛି, ଯେଉଁ ଦେଶ ଗୁଡିକରେ ବିସିଜି ଟୀକା ବାଧ୍ୟତାମୂଳକ ସେଠାରେ କରୋନା ସଂକ୍ରମଣର ହାର ଏବଂ ମୃତ୍ୟୁର ହାର ଯଥେଷ୍ଟ କମ୍ ରହିଛି । କରୋନା ସଂକ୍ରମଣ ହେବାର ପ୍ରଥମ ୩୦ଦିନରେ ଏହି ଫଳାଫଳ ଆସିଥିବା କୁହାଯାଇଛି ।

ଗବେଷକଙ୍କ ଆକଳନ କହୁଛି, ଯଦି ବହୁତ ବର୍ଷ ପୂର୍ବରୁ ଆମେରିକା ବାଧ୍ୟତାମୂଳକ ଭାବେ ବିସିଜି ଟୀକାକରଣ କରିଥାନ୍ତା ତେବେ ମାର୍ଚ୍ଚ ୨୯ ସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ ମାତ୍ର ୪୬୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା । ଯାହାକି ପ୍ରକୃତ ମୃତ୍ୟୁ ସଂଖ୍ୟା ୨୪୬୭ର ମାତ୍ର ୧୯ ପ୍ରତିଶତ ।

ଜାତୀୟ ଟୀକାକରଣ କାର୍ଯ୍ୟକ୍ରମରେ ଭାରତ ଏବଂ ଚୀନରେ ବିସିଜି ଟୀକା ଦିଆଯାଇଥିବାରୁ ଏଠାରେ କରୋନାରେ ମୃତ୍ୟୁହାର ଯଥେଷ୍ଟ କମ୍ ରହିଛି । କରୋନା ସଂକ୍ରମଣରୁ ତିଆରି ହେଉଥିବା ଜଟିଳ ପରିସ୍ଥିତିରୁ ବିସିଜି ଟୀକା ବଂଚେଇଦେଇଛି ବୋଲି କିଛି ଡାକ୍ତର ବିଶ୍ୱାସ କରୁଛନ୍ତି ।

ଯକ୍ଷ୍ମାକୁ ପ୍ରତିହତ କରିବା ପାଇଁ ଶିଶୁ ଜନ୍ମ ହେବାର ୧୫ଦିନ ମଧ୍ୟରେ ଏହି ବିସିଜି ଟୀକା ଦିଆଯାଇଥାଏ । ଅନ୍ୟ ରୋଗ ବିରୋଧରେ ଲଢିବା ପାଇଁ ମଧ୍ୟ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ତିଆରି କରିଥାଏ ।

ଆମେରିକାର ଏହି ଗବେଷଣା ୧୩୫ଟି ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବାର ପ୍ରଥମ ୩୦ଦିନରେ ଆସିଥିବା କରୋନା ପଜିଟିଭ ଏବଂ ୧୩୪ଟି ଦେଶରେ କରୋନା ମୃତ୍ୟୁକୁ ନେଇ ବିଶ୍ଲେଷଣ କରାଯାଇଛି । ଗୁରୁତ୍ୱôପୂର୍ଣ୍ଣ କଥା ହେଉଛି, କରୋନା ସଂକ୍ରମଣ ବ୍ୟାପିବାର ହାରକୁ ବିସିଜି ଟୀକା କମାଉଥିଲେ ମଧ୍ୟ ବିସିଜି ଟୀକାକୁ ମ୍ୟାଜିକ ବୁଲେଟ୍ ବୋଲି କୁହାଯାଇପାରିବ ନାହିଁ । କିନ୍ତୁ ଏହାକୁ ଗ୍ରହଣ କରିବାକୁ ପଡିବ, ବିସିଜି ଟୀକାକରଣ ଯୋଗୁଁ ପର୍ତୁଗାଲରେ କରୋନା ସଂକ୍ରମଣର ଅଳ୍ପ ମାମଲା ଦେଖିବାକୁ ମିଳିଥିଲା ବେଳେ ସ୍ପେନରେ କରୋନା ସଂକ୍ରମଣର ଅତି ଖରାପ ସ୍ଥିତି ଦେଖିବାକୁ ମିଳିଛି ।