୨୦୨୪ରେ ଭାରତରେ ଖେଳାଯାଇ ନପାରେ ଆଇପିଏଲ? ପୂର୍ବରୁ ମଧ୍ୟ ୨ଥର ଏମିତି ସ୍ଥିତିର ସାମ୍ନା କରିଛି ବିସିସିଆଇ, ଜାଣନ୍ତୁ ପୂରା କାରଣ କଣ?

୨୦୨୪ରେ ଭାରତରେ ଖେଳାଯାଇ ନପାରେ ଆଇପିଏଲ? ପୂର୍ବରୁ ମଧ୍ୟ ୨ଥର ଏମିତି ସ୍ଥିତିର ସାମ୍ନା କରିଛି ବିସିସିଆଇ, ଜାଣନ୍ତୁ ପୂରା କାରଣ କଣ?

କନକ ବ୍ୟୁରୋ : ଆଇପିଏଲ ଟ୍ରେଡ ଶେଷ ହେବା ପରେ ଦଳ ଗୁଡିକ ନିଜ ପସନ୍ଦର ଖେଳାଳୀଙ୍କୁ ରିଟେନ ରଖି ଅନ୍ୟ ଖେଳାଳିଙ୍କୁ ରିଲିଜ କରିଛନ୍ତି । ଡିସେମ୍ବର ମାସର ତୃତୀୟ ସପ୍ତାହରେ ଆଇପିଏଲ ନିଲାମୀ ହେବାକୁ ଥିବା ବେଳେ ଆଇପିଏଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଇପିଏଲ ୨୦୨୪ ଭାରତରେ ହେବା ନେଇ ସସପେନ୍ସ ଲାଗି ରହିଛି ।

୨୦୨୪ରେ ହେବାକୁ ଥିବା ଆଇପିଏଲର ୧୭ତମ ସଂସ୍କରଣ ଭାରତରେ ଖେଳାଯାଇ ନପାରେ । କାରଣ ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ହେବ । ସାଧାରଣତଃ ଆଇପିଏଲ ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ମାସରେ ଶେଷ ହୁଏ । ଲୋକସଭା ନିର୍ବାଚନ ମଧ୍ୟ ସେହି ସମୟରେ ଅନୁଷ୍ଠିତ ହେବ । ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଆଇପିଏଲ ଭାରତ ବାହାରେ ହୋଇପାରେ । ପୂର୍ବରୁ ୨୦୦୯ ଓ ୨୦୧୪ ନିର୍ବାଚନ ସମୟରେ ମଧ୍ୟ ଆଇପିଏଲ ବିଦେଶରେ ଆୟୋଜିତ ହୋଇଥିଲା । କିନ୍ତୁ ୨୦୧୯ରେ ଲୋକସଭା ନିର୍ବାଚନ ଓ ଆଇପିଏଲ ଏକାସମୟରେ ଭାରତରେ ହୋଇଥିଲା । ତେଣୁ ୨୦୨୪ରେ ସରକାରଙ୍କ ସହ ସମନ୍ୱୟ ରଖି ବିସିସିଆଇ ଆଇପିଏଲ ଆୟୋଜିତ କରିପାରେ । ନିର୍ବାଚନ ବେଳେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ଆବଶ୍ୟକ ପଡୁଥିବାରୁ ଭାରତରେ ସୁରକ୍ଷାବଳୟ ଭିତରେ ଆଇପିଏଲ କରିବା କୌଣସି ଚ୍ୟାଲେଞ୍ଜ ଠାରୁ ମଧ୍ୟ କମ ନୁହେଁ । କିନ୍ତୁ କ୍ରିକେଟପ୍ରେମୀଙ୍କ ଇଚ୍ଛା ଭାରତରେ ଆଇପିଏଲ ଖେଳାଯାଉ, ଯାହାଦ୍ୱାରା ଷ୍ଟାଡିୟମରେ ବସି ମ୍ୟାଚର ମଜା ଉଠାଇ ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe