ବିଶ୍ୱକପ ପାଇଁ କାଲି ଦଳ ଘୋଷଣା କରିବ ଭାରତ ! ଦଳରେ କିଏ ପାଇବ ଚତୁର୍ଥ ସ୍ଥାନ, ଲାଗି ରହିଛି କଳ୍ପନାଜଳ୍ପନା ।

318

କନକ ବ୍ୟୁରୋ : ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ଜଗତର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ । କ୍ରିକେଟର ଏହି ମହାକୁମ୍ଭରେ ଏକ ନୂଆ ଇତିହାସ ରଚିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । କିଛି ଦେଶ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଆସନ୍ତାକାଲି ଦଳ ଘୋଷଣା କରିବ ଭାରତ । ବିଶ୍ୱକପର ତାରିଖ ଯେତିକି ପାଖେଇ ପାଖେଇ ଯାଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି ।

ଇଂଲଣ୍ଡ ଠାରେ ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ପାଇଁ ଭାରତର ପାଖାପାଖି ୧୪ ଜଣ ଖେଳାଳୀଙ୍କ ନାଁ ଚୂଡାନ୍ତ ହୋଇସାରିଥିବା ବେଳେ, ଚତୁର୍ଥ ସ୍ଥାନରେ କିଏ ଖେଳିବେ, ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଚୟନକର୍ତ୍ତା । ଏପରିକି ଏହି ସ୍ଥାନ ପାଇଁ ଅମ୍ବାତି ରାଇଡୁଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ସେପଟେ ଦଳରେ ମହେନ୍ଦ୍ର ସିଂହ ଧୋନୀ ଏକମାତ୍ର ୱିକେଟକିପର ରହିଥିବା ବେଳେ ଭାରତ ଆଉ ଜଣେ ୱିକେଟ୍ ରକ୍ଷକଙ୍କୁ ଦଳରେ ସାମିଲ କରିବ । ଆଉ ଏହି ଦୃଷ୍ଟିରୁ ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ଥଙ୍କ ମଧ୍ୟରୁ ଜଣଙ୍କ ନାଁରେ ମୋହର ଲାଗିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯୁବ ତାରକା ଋଷଭ ପନ୍ଥ ଭଲ ଫର୍ମରେ ଥିବା ବେଳେ ସେପଟେ ଦିନେଶ କାର୍ତ୍ତିକ ମଧ୍ୟ ଅତ୍ୟନ୍ତ ଅନୁଭବୀ ଖେଳାଳୀ ଅଟନ୍ତି ।

ସମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, କେ.ଏଲ ରାହୁଲ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରିତ ବୁମରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ରବିନ୍ଦ୍ର ଜାଡେଜା ।

୧୫ ନମ୍ବର ଖେଳାଳୀ – (ବିକଳ୍ପ)

ଦ୍ୱିତୀୟ ୱିକେଟକିପର – ଦିନେଶ କାର୍ତ୍ତିକ, ଋଷଭ ପନ୍ଥ ।

ଚତୁର୍ଥ ନମ୍ବର – ଅମ୍ବାତି ରାଇଡୁ ।