ଧୋନୀଙ୍କ ଗ୍ଲୋଭସରେ ସେନା ସଙ୍କେତ ବିବାଦ: ମାହିଙ୍କ ସମର୍ଥନରେ ବାହାରିଲା ବିସିସିଆଇ, କହିଲା ଏହା ନୁହେଁ କୌଣସି ଧର୍ମୀୟ କିମ୍ବା ବ୍ୟବସାୟିକ ପ୍ରତୀକ

252

କନକ ବ୍ୟୁରୋ: ଧୋନିଙ୍କ ଗ୍ଲୋଭସରୁ  ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ହଟାଇବାକୁ ଆଇସିସି ବିସିସିଆଇକୁ ନିର୍ଦ୍ଦେଶ ଦେବା ଧୋନୀଙ୍କ ସମର୍ଥନରେ ବାହାରିଛି ବିସିସିଆଇ ।  ଆଇସିସିକୁ ଚିଠି ଲେଖିଛି ବିସିସିଆଇ । ଏହା ସହ ବିସିସିଆଇ ସିଓଏ ବିନୋଦ ରାୟ କହିଛନ୍ତି  ଆମେ ଆମ ଖେଳାଳୀଙ୍କ ସହ ଅଛୁ । ଏହାସହ ସେ କହିଛନ୍ତି ଗ୍ଲୋଭସରେ ଯେଉଁ ଚିହ୍ନ ଅଛି ତାହା କୌଣସି ଧର୍ମର ପ୍ରତୀକ ନୁହେଁ କି କୌଣସି କମର୍ସିଆଲ । ସେହିପରି ରାଜୀବ ଶୁକ୍ଳା କହିଛନ୍ତି  ଧୋନୀ କୌଣସି ଭୂଲ କରିନାହାନ୍ତି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାରା ସ୍ପେଶାଲ ଫୋର୍ସର ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧି ଖେଳିଥିଲେ । ଏହାକୁ ନେଇ ସୋସିଆଲ ମଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା ।

ଧୋନୀଙ୍କ ଦେଶପ୍ରେମକୁ ପୂରା ଦେଶବାସୀ ସାଲ୍ୟୁଟ କରିଥିଲେ । କିନ୍ତୁ ଏବେ ଧୋନିଙ୍କୁ ଗ୍ଲୋଭସରୁ ଏହି ବଳିଦାନ ଲୋଗୋକୁ ହଟାଇବାକୁ ବିସିସିଆଇକୁ କହଥିଲା ଆଇସିସି । ଏହି ବଳିଦାନ ଲୋଗୋ କେବଳ ପାରାମିଲିଟାରୀ କମାଣ୍ଡୋ ବ୍ୟବହାର କରିପାରିବେ । ଆଇସିସିର ଏଭଳି ନିର୍ଦ୍ଦେଶ ପରେ ଧୋନୀଙ୍କ ସପକ୍ଷରେ ବିସିସିଆଇ ବାହାରିଥିବାବେଳେ କ୍ରିକେଟପ୍ରେମୀ ମଧ୍ୟ ଧୋନିଙ୍କୁ ସମର୍ଥନ ଜଣାଇଛନ୍ତି । ତେବେ ଆଇସିସିର ନିୟମ ଅନୁଯାୟୀ, ଅର୍ନ୍ତରାଷ୍ଟ୍ରୀୟ ଇଭେଂଟ ବା ମ୍ୟାଚ ସମୟରେ ଜର୍ସି କିମ୍ବା ଅନ୍ୟ ସାମଗ୍ରୀ ଉପରେ ରାଜନୀତି, ଧର୍ମ କିମ୍ବା ଜାତିର ସନ୍ଦେଶ ରହି ପାରିବ ନାହିଁ ।

image courtesy – www.hindustantimes.com

ସେନାକୁ ସମ୍ମାନ ଦେବାକୁ ଯାଇ ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ପାରା କମାଣ୍ଡୋ ଫୋର୍ସଙ୍କ ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧିିଥିଲେ । ପାରାସୁଟ୍ ରେଜିମେଂଟରେ ସ୍ୱତନ୍ତ୍ର ବଳ ପାଖରେ କେବଳ ଏହି ଲୋଗୋ ଥିବା ବ୍ୟାଚ୍ ଥାଏ । ଏହି ବ୍ୟାଚରେ ବଳିଦାନ ଶବ୍ଦ ଦେବନାଗରୀ ଲିପିରେ ଲେଖା ହୋଇଥାଏ  ।୨୦୧୧ରେ ସେନାର ଲେପ୍ଟନାଂଟ କର୍ଣ୍ଣେଲ ପଦ ସହ ଧୋନୀଙ୍କୁ ସେନାରେ ସାମିଲ କରାଯାଇଥିଲା । ଆଉ ୨୦୧୫ପାରାଟ୍ରୁପର ପଶିକ୍ଷଣରେ ଭାଗ ନେବା ସହ ସମସ୍ତ ପର୍ଯ୍ୟାୟ ପାର କରିଥିଲେ । ଆଉ ଏହାସହ ବଳିଦାନ ଲୋଗୋ ଥିବା ବ୍ୟାଚ ବ୍ୟବହାର କରିବାର ଯୋଗ୍ୟତା ହାସଲ କରିଥିଲେ ଧୋନି ।

ସେପଟେ ଏହାକୁ ନେଇ ପାକ୍ ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ଧୋନୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଧୋନୀ  ଇଂଲଣ୍ଡକୁ କ୍ରିକେଟ ଖେଳିବା ପାଇଁ ଯାଇଛନ୍ତି, ମହାଭାରତକୁ ନୁହେଁ । ଭାରତୀୟ ମିଡିଆରେ ଏକ ମୁର୍ଖତାପୂର୍ଣ୍ଣ ଯୁକ୍ତି ଚାଲିଛିି । ସେ ଏହା ମଧ୍ୟ କହିଛନ୍ତି ଭାରତୀୟ ମିଡିଆର ଏକ ବର୍ଗ ଯୁଦ୍ଧଦ୍ୱାରା ଏତେ ପ୍ରଭାବିତ ଯେ ତାଙ୍କୁ ରିରିୟା, ଆଫଗାନିସ୍ତାନ ବା ରାୱଣ୍ଡାକୁ ଭଡା ସୈନିକ ଭାବେ ଯିବା ଉଚିତ । ଅନ୍ୟପଟେ ଧୋନୀଙ୍କୁ ପାକ ମନ୍ତ୍ରୀଙ୍କ ସମାଲୋଚନା ପରେ ରାଂଚିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।