ବିଶ୍ୱକପ୍ ପାଇଁ ବିସିସିଆଇର ବଡ ନିଷ୍ପତ୍ତି । ଜାଣନ୍ତୁ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆକୁ କେମିତି ପ୍ରସ୍ତୁତ କରିବ ବିସିସିଆଇ?

ବିଶ୍ୱକପ୍ ପାଇଁ ବିସିସିଆଇର ବଡ ନିଷ୍ପତ୍ତି । ଜାଣନ୍ତୁ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆକୁ କେମିତି ପ୍ରସ୍ତୁତ କରିବ ବିସିସିଆଇ?

କନକ ବ୍ୟୁରୋ : ଚଳିତବର୍ଷ ଭାରତରେ ହେବ ଦିନିକିଆ ବିଶ୍ୱକପ । ତେବେ ଏହି ବିଶ୍ୱକପ ଭାରତରେ ହେଉଥିବାରୁ କ୍ରିକେଟପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । କାରଣ ୨୦୧୧ରେ ଭାରତରେ ହୋଇଥିବା ଦିନିକିଆ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ । ତେବେ ପୁଣିଥରେ ଇତିହାସର ପୁନରାବୃତ୍ତି କରିବାକୁ ଏବେ ଅଣ୍ଟା ଭିଡିଛି ଭାରତ । ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ନୂଆ ଋଣନୀତି କରିଛି ବିସିସିଆଇ । ବିସିସିଆଇ ଏଣିକି ମନଇଚ୍ଛା ପ୍ଲେୟାରଙ୍କୁ ନୁହେଁ ବରଂ ବିଶ୍ୱକପ ପୂର୍ବରୁ ଦିନିକିଆ ଫର୍ମାଟ ପାଇଁ ୨୦ ଜଣିଆ ପୁଲ ପ୍ରସ୍ତୁତ କରିବ । ଯେଉଁ ପୁଲରୁ ପ୍ରଦର୍ଶନ ଅନୁଯାୟୀ ଖେଳାଳୀଙ୍କୁ ରୋଟେଟ କରାଯିବ । ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ବିସିସିଆଇର ରିଭ୍ୟୁ ମିଟିଂରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ, ଆଗାମୀ ବିଶ୍ୱକପକୁ ଧ୍ୟାନରେ ରଖି ଏନସିଏ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ ସହ ମିଶି କାମ କରିବ । ଆଇପିଏଲ ଖେଳୁଥିବା କ୍ରିକେଟରଙ୍କ ଉପରେ ନଜର ରଖାଯିବ । ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଘରୋଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡିବ । ତାହା ପରେ ସେମାନଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିବ ।

ଏହାବାଦ୍ ୟୋ ୟୋ ଟେଷ୍ଟ ଓ ଡେକ୍ସୋ ଟେଷ୍ଟ ପାସ୍ କରିବା ପରେ ହିଁ କ୍ରିକେଟରଙ୍କୁ ଜାତୀୟ ଦଳରେ ଖେଳିବାକୁ ସୁଯୋଗ ମିଳିବ । ସେହିଭଳି ବିଶ୍ୱକପକୁ ଦୃଷ୍ଟିରେ ରଖି ଅନ୍ୟ ଦେଶ ଅପେକ୍ଷା ଭାରତ ଚଳିତବର୍ଷ ଅଧିକ ଦିନିକିଆ ମ୍ୟାଚ୍ ଖେଳିବ । ଯାହା ଦର୍ଶାଉଛି ବିସିସିଆଇ ଫୋକସରେ ରହିଛି ଦିନିକିଆ ବିଶ୍ୱକପ । ସେହିଭଳି ଅଷ୍ଟେଲିଆ ଟେଷ୍ଟ କ୍ରିକେଟ ଉପରେ ଫୋକସ କରିଛି । ଚଳିତ କ୍ୟାଲେଣ୍ଡର ବର୍ଷରେ ଅଷ୍ଟ୍ରେଲିଆ ସର୍ବାଧିକ ୧୩ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଅନ୍ୟପଟେ ଭାରତ ୮ଟି ଟେଷ୍ଟ ମ୍ୟାଚ୍ ଖେଳିବ । ସେହିଭଳି ଟିମ୍ ଇଣ୍ଡିଆ ୧୭ ଟି-୨୦ ମ୍ୟାଚ ଖେଳିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe