କନକ ବ୍ୟୁରୋ : ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ । ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଆଇସିସିକୁ ମଧ୍ୟ ଅବଗତ କରିଛି ବିସିସିଆଇ । ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଏବେ ବାୟୂ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ମୁମ୍ବାଇରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ୍ ଆରମ୍ଭ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ମୁମ୍ବାଇରେ ପହଞ୍ଚି ସାରିଛି ଟିମ୍ ଇଣ୍ଡିଆ ।
“BCCI is sensitive to environmental concerns. I took up the matter formally with the ICC and there won’t be any fireworks display in Mumbai, which can add to the pollution level. The Board is committed to combating environmental issues and will always place the interest of our… pic.twitter.com/G0ONkjB5la
— ANI (@ANI) November 1, 2023
ମୁମ୍ବାଇର ବାୟୁ ପ୍ରଦୂଷଣ କେତେ ମାତ୍ରାରେ ବଢିଯାଇଛି ତାହାର ଆକଳନ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଦେଖିଲେ ଜାଣିପାରିବେ । ମୁମ୍ବାଇକୁ ଆସୁଥିବା ବେଳେ ବିମାନରୁ ନେଇଥିବା ଫଟୋ ପୋଷ୍ଟ କରି ରୋହିତ କହିଛନ୍ତି, ମୁମ୍ବାଇକୁ କଣ ହୋଇ ଯାଇଛି? ଏହି ଫଟୋରେ ମୁମ୍ବାଇର ବାୟୁମଣ୍ଡଳ ପ୍ରଦୂଷିତ ହୋଇଥିବାର ଦେଖିବାକୁ ମିଳୁଛି । ଆକାଶପଥରୁ ମୁମ୍ବାଇର କୌଣସି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରୋହିତ ଶର୍ମା ।