ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସ୍ୱଦେଶ ଫେରିବା ଖୁସିରେ ବିସିସିଆଇ ତରଫରୁ ସ୍ୱାଗତ କରାଯାଇଛି । ଟିମ୍ ଇଣ୍ଡିଆର ଜର୍ସୀରେ ଅଭିନନ୍ଦନଙ୍କ ନାଁ ସହ ନମ୍ବର ୧ ଲେଖି ଏଭଳି ଭାବେ ତାଙ୍କୁ ବିସିସିଆଇ ସ୍ୱାଗତ କରାଯାଇଛି । ସାହସୀ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଗତକାଲି ରାତି ୯.୧୦ ସମୟରେ ଭାରତ ମାଟିକୁ ଫେରିଥିଲେ । ସେ ଇସଲାମାବାଦରୁ ଲାହୋର ହୋଇ ଅଟାରୀ ବାଘା ବୋର୍ଡରରେ ପହଂଚିଥିଲେ । ଅଭିନନ୍ଦନଙ୍କ ସ୍ୱଦେଶ ଫେରିବା ଖୁସିରେ ସାରା ଦେଶ ଉତ୍ସବମୁଖର ହୋଇପଡିଛି । ଖୋଦ୍ କମାଣ୍ଡର କହିଛନ୍ତି ଯେ ତାଙ୍କୁ ସ୍ୱଦେଶ ଫେରି ଖୁବ୍ ଭଲ ଲାଗୁଛି ।
ତେବେ ବିସିସିଆଇ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛି , #WelcomeHomeAbhinanadan ତୁମେ ଆକାଶମାର୍ଗରେ ରାଜ୍ କଲ ଏବଂ ଆମ ହୃଦୟରେ ମଧ୍ୟ । ଆପଣଙ୍କ ସାହସ ଏବଂ ଗାରିମା ଆଗାମୀ ପିଢିକୁ ପ୍ରେରିତ କରିବ । ଅଭିନନ୍ଦନଙ୍କୁ ୱାଘା ବର୍ଡରରୁ ସ୍ୱଦେଶ ପାଛୋଟି ଆଣିବା ପାଇଁ ସେନାର ୪ ଗାଡି ଏବଂ ଅନେକ ଅଧିକାରୀ ପହଂଚିଥିଲେ । ଅଭିନନ୍ଦନଙ୍କ ଭାରତ ଲେଉଟାଣିର ପ୍ରଥମ ଫଟୋରେ ତାଙ୍କ ମୁଖରେ ସ୍ମି୍ତହସ ସହ ଶାରୀରିକ ରୂପରେ ସେ ଫିଟ୍ ନଜର ଆସୁଛନ୍ତି । କିନ୍ତୁ ଏବେ ତାଙ୍କର ମେଡିକାଲ୍ ଚିକିତ୍ସା ହେବା ବାକି ରହିଛି । ତାଙ୍କ ମୁହଁରେ କିଛି ଆଘାତର ଚିହ୍ନ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/201903012333293940_BCCI-Kohli-pay-tribute-to-IAF-pilot-Abhinandan-in-a_SECVPF.jpg)
/kanak/media/post_attachments/wp-content/uploads/2019/03/BCCI-300x225.jpg)