କନକ ବ୍ୟୁରୋ : ୟୁଏଇରେ ହୋଇପାରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ । ଆସନ୍ତା ମେ’ ୨୯ରେ ବସିବାକୁ ଥିବା ବିସିସିଆଇର ସ୍ପେଶାଲ ଏଜିଏମ ବୈଠକରେ ଆଇପିଏଲର ଅବଶିଷ୍ଟ ମ୍ୟାଚର ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ । ରିପୋର୍ଟ ଅନୁସାରେ, ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଆଇପିଏଲର ବଳକା ମ୍ୟାଚ୍ ହୋଇପାରେ । ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ୍ ପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ, ଦିନିକିଆ ଓ ଟେଷ୍ଟ ସିରିଜ ଖେଳିବ ।

Advertisment

ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ଅକ୍ଟୋବର ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଆଉ ଏହା ଭିତରେ ବିସିସିଆଇକୁ ଗୋଟିଏ ମାସର ସମୟ ମିଳିବ । ତେଣୁ ଏହି ସମୟ ମଧ୍ୟରେ ବଳକା ମ୍ୟାଚ୍ କରିବାକୁ ଚିନ୍ତା କରିପାରେ ବସିସିଆଇ । ସେହିଭଳି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମ୍ୟାଚ୍ ଭିତରେ ଥିବା ବ୍ୟବଧାନକୁ ମଧ୍ୟ କମାଇବାକୁ ଇଂଲଣ୍ଡ ବୋର୍ଡକୁ ଅନୁରୋଧ କରିପାରେ ବସିସିଆଇ । ଯାହାଦ୍ୱାରା ଆଇପିଏଲ ପାଇଁ ହୁଏତ ଅଧିକ ସମୟ ମିଳିଯାଇପାରେ ।

ଏହାଛଡା ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ରହିଥିବାରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ  ଏକ ଦମଦାର ଅଭ୍ୟାସ ଭଳି କାମ କରିପାରେ । ଚଳିତଥର ଭାରତରେ ଟି-୨୦ ବିଶ୍ୱକପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ଭାରତରେ କରୋନା ସ୍ଥିତିରେ କୌଣସି ସୁଧାର ନ ଆସେ ତେବେ ଟି-୨୦ ବିଶ୍ୱକପକୁ ୟୁଏଇକୁ ସ୍ଥାନାନ୍ତର କରାଯାଇପାରେ । ତେଣୁ ଏଭଳି ସ୍ଥଳେ ଏହା ଖେଳାଳିଙ୍କ ପାଇଁ ବେଶ ଉପଯୋଗୀ ହୋଇପାରେ ।