ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମାଙ୍କୁ ମନୋନୀତ କଲା ବିସିସିଆଇ: ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେଲେ ଶିଖର ଧୱନ, ଇଶାନ୍ତ ଶର୍ମା, ଦୀପ୍ତି ଶର୍ମା

Advertisment
ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମାଙ୍କୁ ମନୋନୀତ କଲା ବିସିସିଆଇ: ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେଲେ ଶିଖର ଧୱନ, ଇଶାନ୍ତ ଶର୍ମା, ଦୀପ୍ତି ଶର୍ମା

କନକ ବ୍ୟୁରୋ: ଚଳିତବର୍ଷ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ଟିମ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ମନୋନୀତ କରିଛି । ସେହିପରି ଅର୍ଜୁନ ପୁରସ୍କାର ପାଇଁ ଶିଖର ଧୱନ, ଇଶାନ୍ତ ଶର୍ମା ଏବଂ ଦୀପ୍ତି ଶର୍ମାଙ୍କୁ ମନୋନୀତ କରିଛି ବିସିସିଆଇ । କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ପ୍ରସ୍ତାବ ମାଗିଥିଲା । ୨୦୧୬ ଜାନୁଆରି ପହିଲାରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ପ୍ରଦର୍ଶନ ଭିତିରେ ଏହି ସୁପାରିଶ କରାଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଅନେକ ତଥ୍ୟ ସହିତ କିଛି ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା । ସମସ୍ତ ଦିଗକୁ ବିଚାର କରାଯାଇ ରୋହିତ ଶର୍ମାଙ୍କ ନାଁ ଖେଳରତ୍ନ ପାଇଁ ମନୋନୀତ କରାଯାଇଛି ।

ଏଠାରେ ସୂଚନା ଥାଉ କି ୨୦୧୯ ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏକ ଭଲ ବର୍ଷ ଥିଲା । ୨୦୧୯ ସିଜନରେ ସୀମିତ ଓଭର ଫର୍ମାଟରେ ରୋହିତ କେବଳ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋର କରିଥିଲେ । ଏଥିପାଇଁ ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ରୋହିତଙ୍କୁ ୨୦୧୯ ପାଇଁ ଦିନିକିଆ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଦେବାକୁ ଘୋଷଣା କରିଥିଲା ।

ଏଥିସହ ରୋହିତ ଚଳିତ ବର୍ଷ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ପ୍ରଥମ ଥର ପାଇଁ ଓପନର୍ ଭାବରେ ଖେଳୁଥିବା ବେଳେ ରୋହିତ ଦୁଇ ଶତକ ସ୍କୋର କରିଥିଲେ। ସେହିପରି ଶିଖର ଧାୱନ ହେଉଛନ୍ତି ଏଭଳି ଜଣେ ଖେଳାଳି ଯିଏ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଦୁଇ ଥର ଗୋଲଡେନ ବ୍ୟାଟ(ଅଧିକ ରନ ସ୍କୋର ପାଇଁ) ପାଇଥିଲେ । ସେହିପରି ଦୀପ୍ତି ଶର୍ମା ଭାରତୀୟ ମହିଳା କ୍ରିକେଟ ଟିମର ଅଲରାଉଣ୍ଡର ଭାବେ ବେଶ ଜଣାଶୁଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe