କୁମ୍ବଲେ ହୋଇପାରନ୍ତି ଭାରତୀୟ କ୍ରିକେଟ ଟିମର ନୂଆ କୋଚ୍, ଦୌଡରେ ଲକ୍ଷ୍ମଣ ବି ସାମିଲ

240

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ ଟିମକୁ ମିଳିପାରେ ନୂଆ କୋଚ୍ । ଭାରତୀୟ କ୍ରିକେଟ ଟିମର କୋଚ୍ ଭାବେ ପୁଣିଥରେ ଅନୀଲ କୁମ୍ବଲେଙ୍କୁ ବିସିସିଆଇ ନିଯୁକ୍ତି ଦେଇପାରେ । ଟି-୨୦ ବିଶ୍ୱକପ ପରେ କୋଚ ରବିଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ସେହି ସ୍ଥାନରେ ଅନୀଲ କୁମ୍ବଲେଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ଥିବା ବେଳେ କୋଚ ଦୌଡରେ ବି ସାମିଲ ହୋଇଛନ୍ତି ଲକ୍ଷ୍ମଣ । ଟି-୨୦ ବିଶ୍ୱକପ ପରେ ଏନେଇ ବିସିସିଆଇ ଆବେଦନ ଗ୍ରହଣ କରିବ ବୋଲି କୁହାଯାଇଛି ।

କୁମ୍ବଲେ ୨୦୧୬-୧୭ ମଧ୍ୟରେ ଗୋଟିଏ ବର୍ଷ ପାଇଁ ବି ଭାରତୀୟ କ୍ରିକେଟ ଟିମର କୋଚ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସେତେବେଳେ ସଚ୍ଚିନ ତେନ୍ଦୁଲକର, ବିବିଏସ୍ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଥିବା କ୍ରିକେଟ ପରାମର୍ଶଦାତା କମିଟି ଶାସ୍ତ୍ରୀଙ୍କ ସ୍ଥାନରେ କୁମ୍ବଲେଙ୍କୁ ନିଯୁକ୍ତ କରିଥିଲେ । କ୍ୟାପଟେନ ବିରାଟ କୋହଲିଙ୍କ ସହ ମେତଭେଦ କାରଣରୁ ଚମ୍ପିଅନଟ ଟ୍ରଫିରେ ଭାରତ ପାକିସ୍ତାନ ଠାରୁ ପରାଜିତ ହେବା ପରେ କୁମ୍ବଲେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଅନ୍ୟପଟେ ଏବେ ଅନିଲ କୁମ୍ବଲେ କୋଚ ହେବାକୁ ରାଜି ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଯେଭଳି ଭାବେ ତାଙ୍କୁ ପୂର୍ବରୁ କୋଚ ପଦରୁ ହଟାଇ ଦିଆଯାଇଥିଲା ଏବେ ସେ ପୁଣି ସେହି ପଦ ପାଇଁ ଆବେଦନ କରିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କହିରଖୁ କି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ସେପଟେ ବିସିସିଆଇ ରବି ଶାସ୍ତ୍ରୀଙ୍କ ସହ ହୋଇଥିବା ଚୁକ୍ତିକୁ ଦକ୍ଷିଣ ଆଫ୍ରିକା ଗସ୍ତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚାହୁଁଥିଲା । ହେଲେ ରବି ଶାସ୍ତ୍ରୀ ଏନେଇ ରାଜି ହୋଇନଥିବା ଟି-୨୦ ବିଶ୍ୱକପ ପରେ ଭାରତୀୟ ଟିମ ପାଇଁ ନୂଆ କୋଚ୍ ଚୟନ କରାଯିବ ।

ଅନ୍ୟପଟେ ଅନିଲ କୁମ୍ବଲେ ବର୍ତମାନ ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗସର କୋଚ ଭାବେ କାମ କରୁଛନ୍ତି । ୨୦୧୭ ରେ ଅନିଲ କୁମ୍ବଲେ ଦେଇଥିବା ଇସ୍ତଫାପତ୍ରରେ ଲେଖିଥିଲେ ଯେ ବିରାଟ କୋହଲିଙ୍କ କାମ କରିବାର ତରିକା ତାଙ୍କୁ ପଶନ୍ଦ ନୁହେଁ ।