କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ହେବାକୁ ଆଉ ମାତ୍ର ୨ରୁ କମ ସପ୍ତାହ ବାକି ରହିଛି । କିନ୍ତୁ ଏହା ଭିତରେ ଆଇପିଏଲକୁ ନେଇ ଆସିଛି ବଡ ଖବର । କିଛି ନୂଆ ନିୟମ ସହ ଚଳିତ ଆଇପିଏଲ ଖେଳାଯିବ । ଯାହା ଆଇପିଏଲକୁ ଆହୁରି ରୋମାଞ୍ଚକର କରିବ ଏବଂ ଫଳାଫଳକୁ ନେଇ ମଧ୍ୟ ଆଉ ଦ୍ୱନ୍ଦ୍ୱ ରହିବନି ।

Advertisment

ସୂଚନା ମୁତାବକ, କରୋନା ପାଇଁ ଯଦି କୌଣସି ଟିମ୍ ନିଜର ଚୂଡାନ୍ତ ଏକାଦଶ ଟିମ ଓହ୍ଲାଇନପାରେ ତେବେ ଏହି ମ୍ୟାଚକୁ ପୁଣିଥରେ ଅନ୍ୟ ଏକ ଦିନରେ ଖେଳାଯିବ । କିନ୍ତୁ ସମୟ ଦୃଷ୍ଟିରୁ ଯଦି ଏହା ସମ୍ଭବପର ହୋଇନପାରେ ତେବେ ଏହାକୁ ଆଇପିଏଲର ଟେକନିକ ସମିତିକୁ ପଠାଯିବ । ଆଉ ଟେକନିକ ସମିତି ହିଁ ଶେଷ ନିଷ୍ପତି ନେବ ।  । ତେବେ ପୂର୍ବରୁ ଏହି ନିୟମ ଭିନ୍ନ ଥିଲା । ପୂର୍ବରୁ ପୁନଃ ମ୍ୟାଚ୍ ପାଇଁ ବୋର୍ଡ ପକ୍ଷରୁ ପ୍ରୟାସ କରାଯାଉଥିଲା । କିନ୍ତୁ ଏହା ସମ୍ଭବପର ହେଉନଥିଲେ ଯେଉଁ ଫ୍ରାଞ୍ଚାଇଜ ଚୂଡାନ୍ତ ଏକାଦଶ ଓହ୍ଲାଇ ପାରୁନଥିଲା ତାହାର ପ୍ରତିଦ୍ୱନ୍ଦ୍ୱୀ ଦଳକୁ ୨ ପଏଣ୍ଟ ମିଳିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ଚଳିତଥର ଏଭଳି ସ୍ଥିତି ଉପୁଜିଲେ ଟେକନିକ କମିଟିର ନିଷ୍ପତ୍ତି ଚୂଡାନ୍ତ ହେବ ।

ସେହିଭଳି ଡିଏଆରଏସ ନିୟମରେ ମଧ୍ୟ ବଡ ପରିବର୍ତ୍ତନ ହୋଇଛି । ଏଣିକି ଆଇପିଏଲ ମ୍ୟାଚରେ ପ୍ରତ୍ୟେକ ଦଳକୁ ଗୋଟିଏ ନୁହେଁ ବରଂ ଦୁଇଟି ଡିଆରଏସ ନେବେ । ମେରିଲବୋନ କ୍ରିକେଟ କ୍ଲବ ଦ୍ୱାରା ଜାରି ଅଣାଯାଇଥିବା କିଛି ନୂଆ ନିୟମକୁ ବିସିସିଆଇ ଚଳିତ ଆଇପିଏଲରେ ଲାଗୁ କରିବ । ଏହାବାଦ୍ କ୍ୟାଚ୍ ଆଉଟ ହେବା ପରେ ଅପରପକ୍ଷରେ ଥିବା ବ୍ୟାଟର କ୍ରିଜ୍ କ୍ରସ କରିଥିଲେ ମଧ୍ୟ ଷ୍ଟ୍ରାଇକରେ ରହିବେ ନୂଆ ବ୍ୟାଟର ।

ବିସିସିଆଇ ଚଳିତ ଆଇପିଏଲରେ ସୁପର ଓଭରକୁ ନେଇ ମଧ୍ୟ ନିୟମରେ କିଛିଟା ପରିବର୍ତ୍ତନ କରିଛି । ବିସିସିଆଇ ମୁତାବକ, ଯଦି ପ୍ଲେ ଅଫ/ଫାଇନାଲ ମୁକାବିଲାରେ ସୁପର ଓଭରରେ ଫଳାଫଳ ନିର୍ଣ୍ଣୟ ହୋଇନପାରେ ତେବେ ଲିଗ୍ ପର୍ଯ୍ୟାୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଦଳକୁ ବିଜେତା ଘୋଷିତ କରାଯିବ । ମୁମ୍ବାଇ ଓ ପୁନେରେ ଆଇପିଏଲର ଲିଗ୍ ମ୍ୟାଚ୍ ଆୟୋଜନ କରାଯିବ । ତେବେ ଫ୍ଲେ-ଅଫ୍ ଅନ୍ୟ ସ୍ଥାନରେ ହୋଇପାରେ ।