ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା । ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

827

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କ୍ରମରେ ବିସିସିଆଇ ବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଟିମ ପାଇଁ ବଡ ଘୋଷଣା କରିଛି । ବିସିସିଆଇ ଚେୟାରମ୍ୟାନ ଜୟ ଶାହା କହିଛନ୍ତି ଭାରତୀୟ ଟିମକୁ ପୁରସ୍କାର ରାଶି ଆକାରରେ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ ।

ବିସିସିଆଇ ସଚିବ ଜୟ ଶାହା ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଭାରତୀୟ ଟିମର ବିଜୟ ପାଇଁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଏହି ସଫଳତା ପାଇଁ ଟିମକୁ ୧୨୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।

ଜୟ ଶାହା ଲେଖିଛନ୍ତି ଯେ, ଭାରତୀୟ ଟିମ ପୁରା ଟୁର୍ଣ୍ଣାମେଣ୍ଟରେ ଅସାଧାରଣ ପ୍ରଦର୍ଶନ କରିଛି । ଦଳ ଦୃଢ ସଂକଳ୍ପ ଓ ଖେଳୁଆଡ ମନୋବୃତ୍ତି ନେଇ ଭଲ ପ୍ରଦର୍ଶନ କରିଛି । ଏଭଳି ପ୍ରଦର୍ଶନ ପାଇଁ ସେ ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି ।