କନକ ବ୍ୟୁରୋ: ବାରବାଟିରେ ଆସନ୍ତା ଦିନିକିଆ ପାଇଂ ଆଜି ବସିଥିଲା ଓସିଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମ୍ୟାଚ ପାଇଁ ୬ କୋଟି ଟଙ୍କା ବ୍ୟ ଅଟକଳ କରାଯାଇଛି । ଏଥିସହିତ ବିସିସିଆଇ ପକ୍ଷରୁ ୧୦ କୋଟି ଅନୁଦାନ ଆସିଛି । ଯେଉଁଥିରେ ଫନି ସମୟରେ ହୋଇଥିବା ବାରବାଟି କ୍ଷୟକ୍ଷତି ଭଣା ଓ ଅନ୍ୟାନ୍ୟ ବାବଦକୁ ଖର୍ଚ୍ଚ କରାଯିବା ସହ ଏଥର ଦିନିକିଆ ମ୍ୟାଚକୁ ୨୨ କୋଟି ଟଙ୍କାର ବୀମା କରାଯାଇଛି । ଏନେି ସୂଚନା ଦେଇଛନ୍ତି ଏସିଏ ସଂପାଦକ ସଂଚୟ ବେହେରା ।
ଐତିହାସିକ ବାରବାଟୀ ଷ୍ଟାଡିୟମର ଉନ୍ନତି ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୧୦ କୋଟି ଅନୁଦାନ ଦେଇଥିବା ରବିବାର ଜଣାପଡ଼ିଛି। ‘ବିସିସିଆଇ’ର ଏହି ଅନୁଦାନରେ ଷ୍ଟାଡିୟମ ମରାମତି କାମ ଓ ମ୍ୟାଚ୍ ପାଇଁ ପ୍ରସ୍ତୁତି ସଂପର୍କିତ ଖର୍ଚ୍ଚ କରାଯିବ। ଓଡ଼ିଶା କ୍ରିକେଟ ଆସୋସିଏସନ ସଂପାଦକ ସଂଜୟ ବେହେରା ଗଣମାଧ୍ୟମକୁ ଏହି ସୂଚନା। ଶ୍ରୀ ବେହେରା କହିଛନ୍ତି ଯେ, ଆଗାମୀ ଡିସେମ୍ବର ୨୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-େଓ୍ଵଷ୍ଟଇଣ୍ଡିଜ୍ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ୨୨ କୋଟି ଟଙ୍କାର ବୀମା କରାଯାଇଛି।
ବାରବାଟୀ ଷ୍ଟାଡିୟମ୍ରେ ଡିସେମ୍ବର ୨୨ରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଓସିଏ ତରଫରୁ ପଡ଼ିଆର ସଫାସୁଥୁରା କାମ ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ମରାମତି କାମ ଶେଷ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି।
/kanak/media/post_attachments/wp-content/uploads/2017/12/BARABATI-1-300x175.jpg)
ଭାରତ-ୱେଷ୍ଟଇଣ୍ଡିଜ୍ ଦିବାରାତ୍ର ଏକଦିବସୀୟ ମ୍ୟାଚ୍ର ପ୍ରସାରଣ ଦାୟିତ୍ୱରେ ଥିବା ଷ୍ଟାର୍ ସ୍ପୋର୍ଟସ ଏବଂ ବିସିସିଆଇର ଅଧିକାରୀମାନେ ଗତ ରବିବାର ପଡ଼ିଆ ଏବଂ ଏହାର ପରିପାର୍ଶ୍ଵ ପରିଦର୍ଶନ କରିଥିଲେ। ବିସିସିଆଇର ପ୍ରଡକ୍ସନ ମୁଖ୍ୟ ପ୍ରଶାନ୍ତ ବିଷ୍ଟ୍ ଏବଂ ଷ୍ଟାର୍ ସ୍ପୋର୍ଟସର ପ୍ରଡକ୍ସନ ମ୍ୟାନେଜର ବିଶ୍ୱମୟ ଚାଟାର୍ଜୀଙ୍କ ସହିତ ସ୍ଥାନୀୟ ସଂଯୋଜକ ଶେବାଳ କୁମାର ମିତ୍ର ପ୍ରସାରଣ ଲାଗି ଥିବା ସୁବିଧା ସୁଯୋଗ ଏବଂ ଭିତ୍ତିଭୂମିର ତଦାରଖ କରିଥିଲେ। ସେମାନେ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।