ଭାରତୀୟ କ୍ରିକେଟ ସିଲେକସନ କମିଟି ବିଦା। ନୂଆ ଚୟନକର୍ତ୍ତା ପାଇଁ ଆବେଦନ ଆହ୍ୱାନ କଲା ବିସିସିଆଇ।

3,669

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଚୟନକର୍ତ୍ତାଙ୍କୁ ବରଖାସ୍ତ କରାଯାଇଛି । ବିସିସିଆଇ ବିଶ୍ୱକପର ବିଫଳତା ପରେ ପୂରା ଟିମକୁ ବରଖାସ୍ତ କରାଯାଇଛି । ଚେତନଶର୍ମାଙ୍କ ନେତୃତ୍ୱାଧୀନ ପୂରା ଟିମକୁ ହଟାଯାଇଥିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଚୟନକର୍ତ୍ତା ପାଇଁ ଆବେଦନପତ୍ର ଆମନ୍ତ୍ରଣ କରାଯାଇଛି । ବିସିସିଆଇ ବର୍ତ୍ତମାନ ମୁଖ୍ୟ ଚୟନକର୍ତ୍ତା ସମେତ ୫ ଜଣିଆ ଟିମ ପାଇଁ ଆବେଦନପତ୍ର ଆହ୍ୱାନ କରିଛି ।

୨୦୨୨ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ପରାସ୍ତ ହୋଇ ବିଦା ହୋଇଥିଲା । ଏହି ପରାଜୟ ପରେ ବିସିସିଆଇ ଏହି ବଡ ପଦକ୍ଷେପ ଗ୍ରହଣ କରିଛି । ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ପୂରା ଚୟନକର୍ତ୍ତା କମିଟିକୁ ବରଖାସ୍ତ କରାଯାଇଛି । ଟ୍ୱିଟ କରି ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ରାଷ୍ଟ୍ରୀୟ ଚୟନକର୍ତ୍ତା ପଦ ସହ ଅନ୍ୟ ପଦ ପାଇଁ ଆବେଦନ ପତ୍ର ଆମନ୍ତ୍ରଣ କରୁଛି । ପୂର୍ବତନ କ୍ରିକେଟର ଏହି ପଦ ପାଇଁ ଆବେଦନ କରିପାରିବେ । ଯେଉଁମାନେ ସର୍ବନିମ୍ନ ୭ଟି ଟେ. ୩୦ ପ୍ରଥମ ଶ୍ରେଣୀ ମ୍ୟାଚ କିମ୍ବା ୧୦ଟି ଦିନିକିଆ ଏବଂ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ଦରକାର । ଏହ ସହ ସର୍ବନିମ୍ନ ୫ବର୍ଷ ତଳେ କ୍ରିକେଟରୁ ସନ୍ୟାସ ନେଇଥିବେ । ସେମାନେ ଏହି ପଦ ପାଇଁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୮ ସନ୍ଧ୍ୟା ୫ଟା ଯାଏ ରହିଛି ।