ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ଦ୍ରାବିଡ ଓ ବିସିସିଆଇ ମଧ୍ୟରେ ବଢ଼ିଲା ଚୁକ୍ତି ଅବଧି

184

କନକ ବ୍ୟୁରୋ : ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ବଢ଼ିଲା ତାଙ୍କ ଚୁକ୍ତି ଅବଧି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବା ବିସିସିଆଇ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଅବଧି ବୃଦ୍ଧି କରିଛି ।ବିଶ୍ୱକପ ୨୦୨୩ ପରେ ଦ୍ରାବିଡ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହି ଅବଧି ଶେଷ ହେବା ପରେ ରାହୁଲଙ୍କ ସହ ଆଲୋଚନା କରିଥିଲା ବିସିସିଆଇ । ବୈଠକ ପରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ନିଷ୍ପତି ନିଆଯାଇଛି । ରାହୁଲ ମଧ୍ୟ ବିସିଆଇର ପ୍ରସ୍ତାବରେ ସହମତି ପ୍ରଦାଦ କରିଛନ୍ତି । ବିଶ୍ୱକପ ସରିବା ପରେ ଦ୍ରାବିଡଙ୍କ କୋଚ ପଦ ଅବିଧି ସରିଥାନ୍ତା, ଆଉ ନୂଆ କୋଚ ରେସରେ ଭିଭିଏସ ଲକ୍ଷ୍ମଣ, ବିରେନ୍ଦ୍ର ସେହେୱାଗ ଓ ଅନୀଲ କୁମ୍ବଲେ ଥିଲେ ।