ଅକ୍ଟୋବରରେ ବିସିସିଆଇ ନିର୍ବାଚନ: ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅନେକ ବଡ ମୁଣ୍ଡ; ପ୍ରାର୍ଥୀ ହୋଇପାରନ୍ତି ବିଶିଷ୍ଟ ସାମ୍ବାଦିକ ରଜତ ଶର୍ମା

Advertisment
ଅକ୍ଟୋବରରେ ବିସିସିଆଇ ନିର୍ବାଚନ: ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅନେକ ବଡ ମୁଣ୍ଡ; ପ୍ରାର୍ଥୀ ହୋଇପାରନ୍ତି ବିଶିଷ୍ଟ ସାମ୍ବାଦିକ ରଜତ ଶର୍ମା

source:catchnews.com

କନକ ବ୍ୟୁରୋ: ଅକ୍ଟୋବର ମାସରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ସୌରଭ ଗାଙ୍ଗୁଲି, ରଜତ ଶର୍ମା ଅବତୀର୍ଣ୍ଣ ହେବା ସମ୍ଭାବନା ରହିଛି। କିନ୍ତୁ ସବୁଠାରୁ ବଡ଼ ନାମ ଏବେ ପଦାକୁ ଆସିଛି। ଦେଶର ଦ୍ବିତୀୟ କ୍ଷମତାଶାଳୀ ବ୍ୟକ୍ତି ଗୃହମନ୍ତ୍ରୀ ଅମିତ ଶାହ ଏହି ମଇଦାନରେ ସାମିଲ ହେବେ ବୋଲି ଜଣାପଡ଼ିଛି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ମିଡିଆ ବ୍ୟକ୍ତିତ୍ବ ରଜତ ଶର୍ମାଙ୍କ ନାମ ଖୋଲାଖୋଲି କୁହାଯାଇଥିବା ବେଳେ ଅମିତ ଶାହଙ୍କ ସମ୍ପର୍କରେ କିନ୍ତୁ କେହି ଅଦ୍ୟାବଧି କିଛି କହିନାହାନ୍ତି।

publive-image

ସୂଚନାଯୋଗ୍ୟ, ଅକ୍ଟୋବର ୨୨ ତାରିଖରେ ବିସିସିଆଇର ବହୁ ପ୍ରତୀକ୍ଷିତ ସାଧାରଣ ବାର୍ଷିକ ଅଧିବେଶନ ଏବଂ ନିର୍ବାଚନ ଅନୁଷ୍ଠିତ ହେବ। ବିସିସିଆଇ ଦାୟିତ୍ବରେ ଥିବା କ୍ରିକେଟ୍ ପ୍ରଶାସକଙ୍କ ସମିତି (ସିଓଏ) ମୁଖ୍ୟ ବିନୋଦ ରାଏ ଅକ୍ଟୋବର ୨୨ ତାରିଖରେ ଏଜିଏମ୍ କରାଇବା ନେଇ ଦୃଢ଼ ନିଶ୍ଚିତ ଅଛନ୍ତି। ଶେଷ ଥର ପାଇଁ ୩ ବର୍ଷ ତଳେ ବିସିସିଆଇ ଏଜିଏମ୍ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe