ଆଇସିସି ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଜାଣନ୍ତୁ, ବିଶ୍ୱକପ୍ ଖେଳିବେ କେଉଁ କେଉଁ ଖେଳାଳି?

ଆଇସିସି ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଜାଣନ୍ତୁ, ବିଶ୍ୱକପ୍ ଖେଳିବେ କେଉଁ କେଉଁ ଖେଳାଳି?

କନକ ବ୍ୟୁରୋ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ ଖବର । ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଯେଉଁଥିରେ ବିରାଟ କୋହଲିଙ୍କୁ ନେତୃତ୍ୱ ଭାର ଦିଆଯାଇଥିବାବେଳେ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମେଣ୍ଟର ଭାବେ ଦାୟିତ୍ୱ ତୁଲାଇବେ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୂଚନା ଦେଇଛନ୍ତି ।

ଜାଣନ୍ତୁ, ଦଳରେ ସାମିଲ ଅଛନ୍ତି କେଉଁ କେଉଁ ଖେଳାଳି...
ବିରାଟ କୋହଲି, ରୋହିତ ଶର୍ମା, କେ ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରିଷବ ପନ୍ତ, ଇଷାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ୱିନୀ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ।

ଅନ୍ୟପଟରେ ଯୁବ ଖେଳାଳି ଶ୍ରେୟାସ ଆୟାର, ଶାର୍ଦ୍ଦୁଲ ଠାକୁର ଓ ଦୀପକ ଚହରଙ୍କୁ ଷ୍ଟାଣ୍ଡ ବାଏ ଖେଳାଳି ଭାବେ ଦଳରେ ରଖାଯାଇଛି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଭିତରେ ୟୁଏଇ ଓ ଓମାନରେ ଆୟୋଜିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe