ଇଂଲଣ୍ଡ ଗସ୍ତରେ ୩ ଭାରତୀୟ ଖେଳାଳି ଆହତ । ଏହି ଦୁଇ ଖେଳାଳି ଯିବେ ଇଂଲଣ୍ଡ । ଜାଣନ୍ତୁ କିଏ?

428

କନକ ବ୍ୟୁରୋ: ଇଂଲଣ୍ଡ ଗସ୍ତରେ ୩ ଖେଳାଳି ଆହତ ହେବା ପରେ ଆଉ ଦୁଇ ଖେଳାଳିଙ୍କୁ ଏହି ଗସ୍ତରେ ସାମିଲ କରିଛି ବିସିସିଆଇ । ଏନେଇ ବିଦ୍ଧିବଧ ଭାବେ ଘୋଷଣା କରାଯାଇଛି । ଶ୍ରୀଲଙ୍କା ଗସ୍ତରେ ଥିବା ସୂର୍ଯ୍ୟକୁମାର ଯାଦବ ଓ ପୃଥୀ ଶ’ଙ୍କୁ ଇଂଲଣ୍ଡ ପଠା ଯିବ । ବର୍ତ୍ତମାନ ଏହି ଦୁଇ ଖେଳାଳି ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ ଇଣ୍ଡିଆରେ ରହିଛନ୍ତି ।

ଇଂଲଣ୍ଡ ଗସ୍ତରେ ଥିବା ଶୁଭମନ ଗିଲ, ଆବେଶ ଖାନ ଓ ୱାସିଂଟନ ସୁନ୍ଦର ଆହତ ହୋଇଛନ୍ତି । ସେହିପରି ଷ୍ଟାଣ୍ଡବାଇ ଖେଳାଳି ଥିବା ଅଭିମନ୍ୟୁ ଇଶ୍ୱରଙ୍କୁ ଏବେ ୨୧ ଜଣିଆ ଟିମରେ ସାମିଲ କରାଯାଇଛି । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରେସ ରିଲିଜ ଜାରି କରି ସୂଚନା ଦେଇଛନ୍ତି ।