ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମାଙ୍କ ଇସ୍ତଫା । ଷ୍ଟିଙ୍ଗ୍ ଅପରେସନରେ ଟିମ୍ ଇଣ୍ଡିଆକୁ ନେଇ କରିଥିଲେ ବଡ ଖୁଲାସା ।

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମାଙ୍କ ଇସ୍ତଫା । ଷ୍ଟିଙ୍ଗ୍ ଅପରେସନରେ ଟିମ୍ ଇଣ୍ଡିଆକୁ ନେଇ କରିଥିଲେ ବଡ ଖୁଲାସା ।

କନକ ବ୍ୟୁରୋ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଇସ୍ତଫା । ନିଜ ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଚେତନ । ଯାହାକୁ ବିସିସିଆଇ ସମ୍ପାଦକ ଗ୍ରହଣ କରିଛନ୍ତି । ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା ନେଇ ଖୁଲାସା କରିଥିଲେ ଚେତନ ।

ଏପରିକି ଅନେକ ଖେଳାଳୀ ଫିଟ୍ ରହିବାକୁ ଇଞ୍ଜେକସନ ନେଉଥିବା କହିଥିଲେ ଚେତନ । ସେହିଭଳି ବିରାଟ ଓ ରୋହିତଙ୍କୁ ନେଇ ମଧ୍ୟ ସେ ବଡ ବୟାନ ଦେଇଥିଲେ । ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ମ୍ୟାନେଜମେଣ୍ଟ ଚାହୁଁଥିଲା ବୋଲି କହିଥିଲେ ଚେତନ । ସେହିଭଳି ରୋହିତଙ୍କୁ ଆଉ ଟି-୨୦ କ୍ରିକେଟରେ ସୁଯୋଗ ମିଳିବନି ଓ ଗାଙ୍ଗୁଲି ଏବଂ କୋହଲିଙ୍କ ମଧ୍ୟରେ ସବୁ କିଛି ଠିକ ୍ ଚାଲିନଥିବା କହିଥିଲେ ଚେତନ । ଆଉ ଏହାକୁ ନେଇ ବିସିସିଆଇ ଚେତନଙ୍କ ଉପରେ ଖପ୍ପା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe