ବିସିସିଆଇ ପୁରସ୍କାର ପାଇଲେ ବିରାଟ କୋହଲି ଓ ଅଶ୍ୱିନ୍ : କୋହଲିଙ୍କୁ ପଲ୍ଲୀ ଉମ୍ରିଗର ଓ ଅଶ୍ୱିନୀଙ୍କୁ ଦିଲୀପ ସରଦେଶାଇ ପୁରସ୍କାର
କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅପ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିସିସିଆଇ ପୁରସ୍କାର ଗ୍ରହଣ କରିଛନ୍ତି । ବୁଧବାର ଦିନ ସଂଧ୍ୟାରେ ବାଂଗାଲୋରରେ ଏକ ରଂଗାରଂଗ କାର୍ଯ୍ୟକ୍ରମରେ ଏହି ଦୁଇ ଖେଳାଳୀ ଏହି ପୁରସ୍କାର ହାସଲ କରିଛନ୍ତି । କୋହଲିଙ୍କୁ ପଲ୍ଲୀ ଉମ୍ରିଗର ଓ ଅଶ୍ୱିନୀଙ୍କୁ ଦିଲୀପ ସରଦେଶାଇ ପୁରସ୍କାର ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କୋହଲି ୩ୟ ଥର ପାଇଁ ପଲୀ ଉମ୍ରିଗର ପୁରସ୍କାର ହାତେଇଥିବାବେଳେ ଅଶ୍ୱୀନ ମଧ୍ୟ ୨ୟ ଥର ପାଇଁ ଦିଲୀପ ସରଦେଶାଇ ଟ୍ରଫି ହାସଲ କରିଛନ୍ତି । ସେହିପରି ମହିଳା ଦଳର ଅଧିନାୟିକା ମିତାଲୀ ରାଜ ଓ ଦୀପ୍ତି ଶର୍ମା ଶ୍ରେଷ୍ଠ କ୍ରିକେଟର ଭାବେ ଜଗମୋହନ ଡାଲମିଆ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ କୋହଲି କହିଥିଲେ ଯେ ତାଙ୍କର ନିଜ ଉପରେ ଖୁବ ଭରସା ଅଛି ।