କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅପ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିସିସିଆଇ ପୁରସ୍କାର ଗ୍ରହଣ କରିଛନ୍ତି । ବୁଧବାର ଦିନ ସଂଧ୍ୟାରେ ବାଂଗାଲୋରରେ ଏକ ରଂଗାରଂଗ କାର୍ଯ୍ୟକ୍ରମରେ ଏହି ଦୁଇ ଖେଳାଳୀ ଏହି ପୁରସ୍କାର ହାସଲ କରିଛନ୍ତି । କୋହଲିଙ୍କୁ ପଲ୍ଲୀ ଉମ୍ରିଗର ଓ ଅଶ୍ୱିନୀଙ୍କୁ ଦିଲୀପ ସରଦେଶାଇ ପୁରସ୍କାର ମିଳିଛି ।
କୋହଲି ୩ୟ ଥର ପାଇଁ ପଲୀ ଉମ୍ରିଗର ପୁରସ୍କାର ହାତେଇଥିବାବେଳେ ଅଶ୍ୱୀନ ମଧ୍ୟ ୨ୟ ଥର ପାଇଁ ଦିଲୀପ ସରଦେଶାଇ ଟ୍ରଫି ହାସଲ କରିଛନ୍ତି । ସେହିପରି ମହିଳା ଦଳର ଅଧିନାୟିକା ମିତାଲୀ ରାଜ ଓ ଦୀପ୍ତି ଶର୍ମା ଶ୍ରେଷ୍ଠ କ୍ରିକେଟର ଭାବେ ଜଗମୋହନ ଡାଲମିଆ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ କୋହଲି କହିଥିଲେ ଯେ ତାଙ୍କର ନିଜ ଉପରେ ଖୁବ ଭରସା ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-09-08h28m55s420.png)