କ୍ରିକେଟ୍ ମହାସମର: ଏପ୍ରିଲ୍ ୯ରୁ ଆଇପିଏଲ ପର୍ବ, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ-ଆରସିବି ।

219

କନକ ବ୍ୟୁରୋ: ଫେରିଲା କ୍ରିକେଟ ମହାକୁମ୍ଭ । ଆସନ୍ତା ଏପ୍ରିଲ୍‌‌ ୯ ତାରିଖରୁ ଖେଳାଯିବ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗର ୧୪ତମ ସଂସ୍କରଣ । ଆଇପିଏଲ୍ ମ୍ୟାଚ୍‌‌ ଏପ୍ରିଲ୍‌ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ତାରିଖ ପର୍ଯ୍ୟନ୍ତ ଦେଶର ୬ଟି ସ୍ଥାନ‌ରେ ଅନୁଷ୍ଠିତ ହେବ । ଏନେଇ ବିଧିବଦ୍ଧ ଭାବେ ବିିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି । ଏହି ତାଲିକାରେ ପ୍ରଥମଥର ଅହମ୍ମଦାବାଦର ମୋଟେରା ବା ମୋଦି ଷ୍ଟାଡିୟମ ସାମିଲ ହୋଇଛି, ଏହାସହ ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ଆଇପିଏଲ୍ ମ୍ୟାଚ ଖେଳାଯିବ । ସମୁଦାୟ ୫୧ ଦିନ ଧରି ଅନୁଷ୍ଠିତ ଦିନ ଧରି ଅନୁଷ୍ଠିତ ହେଉଥିବା ଟୁର୍ଣ୍ଣାମେଣ୍ଟରେ ୬୦ଟି ମ୍ୟାଚ୍‌ ଖେଳାଯିବ ।

ତେବେ ପ୍ରଥମ ଉଦଘାଟନୀ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ ଆଉ ଏହି ମ୍ୟାଚ୍ ଡିଫେଣ୍ଡିଙ୍ଗ୍ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ଅହମ୍ମଦାବାଦର ମୋଟେରା ବା ମୋଦି ଷ୍ଟାଡିୟମରେ ଖେଳାଯିବ । ଗତବର୍ଷ ମହାମାରୀ କରୋନା ପାଇଁ ଆପିଏଲର ୧୩ତମ ସଂସ୍କରଣ ବା ୨୦୨୦ ମସିହା ଆଇପିଏଲ୍‌ ମ୍ୟାଚ୍ ବହୁ ବିଳମ୍ବରେ‌ ଭାରତରେ ନ ଖେଳାଯାଇ ୟୁଏଇରେ ଖେଳା ଯାଇଥିଲା । ତେବେ ବିସିସିଆଇ ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଭାରତରେ କରାଯିବ ବୋଲି ନିଷ୍ପତ୍ତି କରିଛି । ଏପରିକି ସମସ୍ତ ଲିଗ୍ ମ୍ୟାଚ୍ ମୁମ୍ବାଇରେ ଓ ନକଆଉଟ ମ୍ୟାଚ୍ ଅହମ୍ମଦାବାଦରେ ହେବ ବୋଲି କୁହାଯାଉଥିଲା । ତେବେ କେଉଁଠି ମ୍ୟାଚ୍ ହେବ ସେନେଇ କୌଣସି ବିସ୍ତୃତ ସୂଚନା ଏଯାଏଁ ମିଳିପାରିନାହିଁ ।