image courtesy - www.bcci.tv
ଅକ୍ଟୋବର ୪ରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳା ଲାଗି ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଘରୋଇ କ୍ରିକେଟରେ ସ୍ଥିର ପ୍ରଦର୍ଶନ ଦେବାର ପୁରସ୍କାର ଚୟନକର୍ତା କର୍ଣ୍ଣାଟକ ତାରକା ମୟଙ୍କ ଅଗ୍ରୱାଲଙ୍କୁ ଦେଇଛନ୍ତି। ତାଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ୍ ଦଳରେ ସ୍ଥାନ ମିଳିଛି । ଘରୋଇ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ମୟଙ୍କ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅଭ୍ୟାସ ମ୍ୟାଚରେ ବୋର୍ଡ ଏକାଦଶର ପ୍ରତିନିଧିତ୍ବ କରି ୯୦ ରନର ପାଳି ଖେଳିଥିଲେ । ଦ୍ରୁତ ବୋଲର ମହମ୍ମଦ ସିରାଜ ମଧ୍ୟ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି । ହେଲେ ଇଂଲଣ୍ଡରେ ସଂଘର୍ଷ କରିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ଦଳରୁ ବାଦ୍ ଦିଆଯାଇଛି ।
ଏସିଆ କପରେ ବିଶ୍ରାମ ନେଇଥିବା ଅଧିନାୟକ ବିରାଟ କୋହଲି ଜାତୀୟ ଦଳକୁ ଫେରିଛନ୍ତି । ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ଈଶାନ୍ତ ଶର୍ମା ଓ ହାର୍ଦିକ ପାଣ୍ଡ୍ୟା ସଂପୂର୍ଣ୍ଣ ସୁସ୍ଥ ନଥିବାରୁ ସେମାନଙ୍କୁ ବିଚାରକୁ ନିଆଯାଇ ନାହିଁ । ଇଂଲଣ୍ଡ ଗସ୍ତରେ ଯାଇ ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନଥିବା ମୁମ୍ବାଇର ଯୁବ ତାରକା ପୃଥ୍ବୀ ସ’ ମଧ୍ୟ ନିଜ ସ୍ଥାନ ବଜାୟ ରଖିଛନ୍ତି । ଏଣୁ ସେ ଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିବାର ଆଶା ସଂଚାର ହୋଇଛି । ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ଲାଗି ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ପୃଥ୍ବୀ ସ’, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ଋଷବ ପନ୍ତ, ଆର ଅଶ୍ବିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ମହମ୍ମଦ ସିରାଜ, ସାଦୁର୍ଲ ଠାକୁର।
Follow Us
/kanak/media/post_attachments/wp-content/uploads/2018/09/ENG-V-IND-min-300x200.jpg)