କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜରେ ପରିବର୍ତ୍ତନ କରିଛି ବିସିସିଆଇ । ଏବେ ନୂଆ ମ୍ୟାଚ ସୂଚୀ ଅନୁଯାୟୀ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମେ ଟେଷ୍ଟ ମ୍ୟାଚ ନୁହେଁ, ପ୍ରଥମେ ଟି-୨୦ ମ୍ୟାଚ ଖେଳାଯିବ । ଆଉ ଏହି ମ୍ୟାଚ ଲକ୍ଷ୍ନୌର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜରେ ପ୍ରଥମେ ୩ଟି ଟି-୨୦ ମ୍ୟାଚ ଓ ପରେ ୨ଟି ୨ଟେଷ୍ଟ ମ୍ୟାଚ ଖେଳାଯିବ ।

Advertisment

ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ ମ୍ୟାଚ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଆଧାରରେ ହେବ । ସେହିପରି ଏହି ସୂଚୀ ଅନୁସାରେ ବିରାଟ କୋହଲି ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ମୋହାଲିରେ ଖେଳିବେ । ପୂର୍ବ ସୂଚୀ ଅନୁସାରେ ପ୍ରଥମ ଟେଷ୍ଟ ବାଙ୍ଗାଲୋରରେ ହେବାକୁ ଥିଲା ।

ନୂଆ ମ୍ୟାଚ ସୂଚୀ
୨୪ ଫେବୃଆରୀ       ପ୍ରଥମ ଟି-୨୦          ଲକ୍ଷ୍ନୌ
୨୬ ଫେବୃଆରୀ       ଦ୍ୱିତୀୟ ଟି-୨୦         ଧର୍ମଶାଳା
୨୭ ଫେବୃଆରୀ       ତୃତୀୟ ଟି-୨୦         ଧର୍ମଶାଳା
୪ରୁ ୮ ମାର୍ଚ୍ଚ            ପ୍ରଥମ ଟେଷ୍ଟ            ମୋହାଲି
୧୨ରୁ ୧୬ ମାର୍ଚ୍ଚ      ଦ୍ୱିତୀୟ ଟେଷ୍ଟ           ବେଙ୍ଗାଳୁରୁ