କନକ ବ୍ୟୁରୋ : ରାହୁଲ ଦ୍ରାବିଡ ହିଁ ରହିବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ । ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆର କୋଚ୍ କିଏ ହେବ ତାହାକୁ ନେଇ ଲାଗିରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ରାହୁଲ ଦ୍ରାବିଡଙ୍କ କଣ୍ଟ୍ରାକ୍ଟକୁ ପୁଣିଥରେ ବୃଦ୍ଧି କରିଛି ବିସିସିଆଇ । କେବଳ ରାହୁଲ ନୁହନ୍ତି ବରଂ ସର୍ପୋଟ ଷ୍ଟାଫଙ୍କ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରିଛି ବୋର୍ଡ ।
ବିଶ୍ୱକପ ୨୦୨୩ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁ ଏହି ଅବଧି ଶେଷ ହେବା ପରେ ରାହୁଲଙ୍କ ସହ ଆଲୋଚନା କରିଥିଲା ବିିସିସିଆଇ । ଏହି ବୈଠକ ପରେ ରାହୁଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିିସିସିଆଇ ନିଷ୍ପତ୍ତି ନେଇଥିଲା । ରାହୁଲ ମଧ୍ୟ ବିସିସିଆଇର ପ୍ରସ୍ତାବରେ ସହମତି ପ୍ରଦାନ କରିଛନ୍ତି । ରାହୁଲଙ୍କ ବ୍ୟତୀତ ଏନସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଂଶସା କରିଛି ବିସିସିଆଇ । କାରଣ ରାହୁଲଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ଲକ୍ଷ୍ମଣ । ବିସିସିଆଇ ସଭାପତି କହିଛନ୍ତି, ରାହୁଲଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରୁଛି । ନୂଆ ଚ୍ୟାଲେଞ୍ଜ ସ୍ୱୀକାର କରିବା ସହ ଯୁବ କ୍ରିକେଟରଙ୍କୁ ଆଗକୁ ବଢିବାରେ ସହଯୋଗ କରିବାରେ ରାହୁଲଙ୍କ ଅବଦାନ ବେଶ ପ୍ରଂଶସାଯୋଗ୍ୟ ବୋଲି କହିଛି ବିସିସିଆଇ । ଏହାସହ ରାହୁଲ ମୁଖ୍ୟ କୋଚ୍ ପଦ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଛି ବିସିସିଆଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/1701244848_WhatsApp-Image-2023-11-29-at-13.28.46.webp)