ସଭାପତି ପାଇଁ ରୋଜର ବିନ୍ନିଙ୍କ ନାଁରେ ବାଜିବ ମୋହର : ଆଜି ମୁମ୍ବାଇରେ ବସୁଛି ବିସିସିଆଇର ବାର୍ଷିକ ସାଧାରଣ ବୈଠକ

ସଭାପତି ପାଇଁ ରୋଜର ବିନ୍ନିଙ୍କ ନାଁରେ ବାଜିବ ମୋହର : ଆଜି ମୁମ୍ବାଇରେ ବସୁଛି ବିସିସିଆଇର ବାର୍ଷିକ ସାଧାରଣ ବୈଠକ

କନକ ବ୍ୟୁରୋ : ରୋଜର ବିନ୍ନି ହେବେ ପରବର୍ତ୍ତୀ ବିସିସିଆଇ ସଭାପତି । ଆଜି ବିନ୍ନିଙ୍କ ସଭାପତି ପଦରେ ଲାଗିବ ମୋହର । ଆଜି ମୁମ୍ବାଇରେ ଅନୁଷ୍ଠିତ ହେବ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସାଧାରଣ ବୈଠକ । ଏହି ବୈଠକରେ ବୋର୍ଡର ସଭାପତି ଭାବେ ତାଙ୍କ ନାଁରେ ମୋହର ବାଜିବ । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ । ଏହା ସହ କୋଷାଧ୍ୟକ୍ଷ ପଦ ଛାଡିଥିବା ଅରୁଣ ଧୋମାଲଙ୍କ ନାଁ ମଧ୍ୟ ଆଇପିଏଲ୍ ଅଧ୍ୟକ୍ଷ ଭାବେ ଘୋଷଣା କରାଯିବ ।

ଏହି ବୈଠକରେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଆଲୋଚନା ହେବାର ଅଛି । ବିସିସିଆଇ ନିଜେ ପ୍ରାର୍ଥୀ ଦେବ କିମ୍ବା ଗ୍ରେଗ୍ ବାରକ୍ଲେଙ୍କୁ ପୁଣି ଥରେ ସମର୍ଥନ କରିବ ସେନେଇ ବିଚାର କରାଯିବ । ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆସନ୍ତା ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି । ବୋର୍ଡ ବୈଠକ ନଭେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ମେଲବର୍ଣ୍ଣରେ ହେବ । ବିସିସିଆଇ ଗାଙ୍ଗୁଲିଙ୍କ ନାଁ ଆଇସିସି ମୁଖ୍ୟ ପଦ ପାଇଁ ବିଚାର କରୁଛି କି ନାହିଁ ତା ଉପରେ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe