ରାଜଧାନୀରେ ଲୁଟ୍

20

ଭୁବନେଶ୍ୱର ତୁଳସୀ ବିହାରରେ ବଡ଼ ଧରଣର ଲୁଟ୍ । ଏମ୍.ଏନ୍ ଭୁୟାଁ ନାମକ ଜଣେ ବ୍ୟବସାୟୀଙ୍କ ଘରେ କଳାକନା ବୁଲେଇଦେଇଛନ୍ତି ଲୁଟେରା । ସ୍କାଏ ଲାଇଟ୍ ଭାଙ୍ଗି ଘରେ ପସିବା ସହ ପ୍ରାୟ ୬୦ ଲକ୍ଷ ଟଙ୍କାର ସଂପତି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଝିଅ ବାହାଘର ପାଇଁ ଘରେ ସୁନା ଓ ଟଙ୍କା ରଖିଥିବା ସୂଚନା ମିଳିଛି । ପ୍ରାୟ ୨ କେ.ଜି ସୁନା ଓ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । କିଛି ସଂଧିଗ୍ଧକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି ।