ତାତିରେ ସିଝୁଛି ରାଜଧାନୀ । ଦିନ ସାଢେ ୨ଟା ସୁଦ୍ଧା ତାପମାତ୍ରା ଛୁଇଁଲା ୪୩.୬ ଡିଗ୍ରୀ ।

374

କନକ ବ୍ୟୁରୋ: ତାତିରେ ସିଝୁଛି ରାଜଧାନୀ । ଦିନ ସାଢେ ଦୁଇଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ କମ୍ବା ତାଠାରୁ ଅଧିକ ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିପାରେ ।ଅନ୍ୟପଟେ ଆଜି ଦିନ ସାଢେ ଦୁଇଟା ସୁଦ୍ଧା, ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ଝାରସୁଗୁଡାର ତାପମାତ୍ରା ୪୨.୬ ଡିଗ୍ରୀ, ବାଲେଶ୍ୱରର ୪୨.୨ ଡିଗ୍ରୀ, ସମ୍ବଲପୁରର ୪୧.୭ ଡିଗ୍ରୀ, ହୀରାକୁଦ ୪୧.୪ ଡିଗ୍ରୀ, ଚାନ୍ଦବାଲି ୪୧.୨ ଡିଗ୍ରୀ, କେନ୍ଦୁଝର ୪୦.୯ ଡିଗ୍ରୀ ଏବଂ ରାଉରକେଲା ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ପ୍ରବଳ ଖରା ପାଇଁ ଖୋର୍ଦ୍ଧା, କଟକ, ନୟାଗଡ, ମୟୂରଭଞ୍ଜ, ଅନୁଗୁଳ ଏବଂ ନୂଆପଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତା ସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଏବଂ ଗଞ୍ଜାମ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ କେନ୍ଦୁଝର, କନ୍ଧମାଳ, କୋରାପୁଟ, ମାଲକାନଗିରି, ବୌଦ୍ଧ, ଗଜପତି ଓ ବରଗଡ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।